Odisha Link
Bridging the Missing Links in Odisha

ଶ୍ରୀକ୍ଷେତ୍ରରେ ରଥଯାତ୍ରା ପ୍ରସ୍ତୁତି; ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଜୁନ ୨୨ ଓ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହେବ। ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ। ରଥଖଳାରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ। ୨୩ ଖଣ୍ଡ ଅସନ, ୪୦ ଫୁଟିଆ ଧଉରା ରଥଖଳାରେ ପହଞ୍ଚିଲା।

ପୂର୍ବରୁ ନୟାଗଡରୁ ବିଧି ଅନୁସାରେ ପୁରୀକୁ ଶ୍ରୀକ୍ଷେତ୍ରକୁ ରଥଯାତ୍ରା ପାଇଁ ରଥକାଠ ପଠାଯାଇଥିଲା। ଦଶପଲ୍ଲା ମହାବୀର ମନ୍ଦିରରେ ପୂଜାର୍ଚ୍ଚନା ପରେ ଏହି ରଥକାଠ ରଥନିର୍ମାଣ ପାଇଁ ଶ୍ରୀମନ୍ଦିରକୁ ପଠାଯାଇଥିଲା। ବଡ଼ଦେଉଳକୁ ପ୍ରଥମ ପର୍ଯ୍ୟାୟରେ ୩ଟି ଟ୍ରକ୍‌ ଯୋଗେ ଶ୍ରୀମନ୍ଦିରକୁ ଆସିଥିଲା ୧୦୨ ଖଣ୍ଡ ରଥକାଠ। ୫୦ ଖଣ୍ଡ ଅସନ ଓ ଧଉରା କାଠ ୫୨ ଖଣ୍ଡ ରହିଛି।

ସମୁଦାୟ ୨୬ଟି ଦଉଡ଼ି ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଥିଲା। ଏହି ଦଉଡ଼ିକୁ ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହା ପୂର୍ବରୁ ଶ୍ରୀଜିଉଙ୍କ ରଥ କାର୍ଯ୍ୟ ପାଇଁ କଟକ ଆସିଥିଲା ରଥ କାଠ। କଟକ ସ୍ଥିତ କରତ କଳକୁ କାଠ ଚିରଟ ପାଇଁ ପଠା ଯାଇଥିଲା। କାଠ ଚିରଟ ପରେ ରଥଯାତ୍ରା ପାଇଁ ପରବର୍ତ୍ତୀ କାର୍ଯ୍ୟ ଆରମ୍ଭ ହେବ।

Leave A Reply

Your email address will not be published.