Odisha Link
Bridging the Missing Links in Odisha

ଚିନ୍ତା ବଢ଼ାଇଲା ତାତି; ଅଂଶୁଘାତ ନେଇଛି ୩ ଜୀବନ

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ତାପାମାତ୍ରା। ଗତ କିଛି ଦିନ ଧରି ଲାଗି ରହିଥିବା ଅବିରତ ଅଗ୍ନି ବର୍ଷାରେ ୨ଦିନ ପାଇଁ କାଳବୈଶାଖୀ ତାତିରୁ କିଛି ସ୍ଥାନରେ ତ୍ରାହି ଦେଇଛି। ଆଜି ସକାଳୁ ପୁଣି ତାତି ଅନୁଭୂତ ହୋଇଛି। ଏହାରି ମଧ୍ୟରେ ରାଜ୍ୟରେ ଅଂଶୁଘାତରେ ସରକାରୀ ଭାବେ ଆଉ ଜଣକ ମୃତ୍ୟୁ ହୋଇଛି। ବାଲେଶ୍ବର, ଢେଙ୍କାନାଳ ପରେ ମୟୂରଭଞ୍ଜରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି।

ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୭୮୬ ଛୁଇଁଛି। ସୁନ୍ଦରଗଡ଼ରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛି। ଅଂଶୁଘାତ ଆକ୍ରାନ୍ତ ଓ ମୃତ୍ୟୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଏନେଇ ସୂଚନା ଦିଆଯାଇଛି। ଅଂଶୁଘାତରେ ୧୭ ଜଣଙ୍କ ମୃତ୍ୟୁ ଅଭିଯୋଗ ନେଇ ତଦନ୍ତ ଚାଲିଛି।