କୋରାପୁଟ ନନ୍ଦପୁରରେ ଗୁଳିକାଣ୍ଡ

କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ଏକ କ୍ରସର ନିକଟରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ। ମାଓବାଦୀଙ୍କ ଗୁଳିରେ କ୍ରସର କର୍ମଚାରୀ ପ୍ରସାଦ ରାଓ ଆହତ ହୋଇଛନ୍ତି। ପ୍ରସାଦଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ମେଡିକାଲରେ ଭର୍ତ୍ତି।
ସୂଚନା ଅନୁସାରେ ବୁଧବାର ରାତି ପ୍ରାୟ ୧୦ ଟାରେ ନନ୍ଦପୁର ବ୍ଲକ ସିଲପଣ୍ଡି ପଥର କ୍ରସରରେ ଗୁଳି ବିନିମୟ ହୋଇଥିଲା। ମାଓବାଦୀ–ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ମାଓବାଦୀ କ୍ରସରର ସାଇଡ୍ ଇଞ୍ଜିନିୟର ପ୍ରସାଦ ରାଓଙ୍କ ଗୋଡକୁ ପ୍ରାୟ ୫ଟି ଗୁଳି ମାରିଥିଲେ । କ୍ରସର କର୍ମଚାରୀ ଆହତ ହେବାର ସୁଯୋଗ ନେଇ ମାଓବାଦୀ ଖସି ପଳେଇ ଯିବାର ସକ୍ଷମ ହୋଇଥିଲେ।
ପୋଲିସ ଘଟଣାସ୍ଥଳରୁ କ୍ରସର କର୍ମଚାରୀଙ୍କ ସହ ପ୍ରସାଦ ରାଓଙ୍କୁ ଆଶା କିରଣ ହସ୍ପିଟାଲକୁ ଆଣିଥିଲେ। ସେଠାରେ କୋରାପୁଟ ଜିଲ୍ଲାର ଏସପି ପ୍ରସାଦ ରାଓଙ୍କୁ ପ୍ରାଥମିକ ଚିକିତ୍ସା ପରେ ସଙ୍ଗେ ସଙ୍ଗେ କୋରାପୁଟ ଜିଲ୍ଲା ଡାକ୍ତର ଖାନା କୁ ସ୍ଥାନାନ୍ତର କରିଥିଲେ। ଗତ ରାତିରେ ପ୍ରସାଦ ରାଓ ବସିଥିବା ସମୟରେ ପୁଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଅନୁମାନ କରୁଛନ୍ତି। କ୍ରସର କର୍ମଚାରୀ ଙ୍କ ସୂଚନା ଅନୁସାରେ କ୍ରସର ବନ୍ଦ ମଧ୍ୟ କରାଇଥିଲେ ମାଓବାଦୀ।