ବ୍ରାଜିଲ ରାଷ୍ଟ୍ରପତି ହେବେ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି

ବ୍ରାସିଲିଆ: ୨୦୨୦ ସାଧାରଣତନ୍ତ୍ର ଦିବସ ଅବସରରେ ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲ୍ସୋନାରୋ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧକୁ ସେ ଗ୍ରହଣ କରିଥିବା ଜଣାପଡିଛି। ୧୧ତମ ବିକ୍ସ ସମିଟ୍ ଅବସରରେ ମୋଦି ବୋଲ୍ସୋନାରୋଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଆତଙ୍କବାଦ ଦମନରେ ସହଯୋଗ, ବାଣିଜ୍ୟ, ପୁଞ୍ଜିନିବେଶ ସହ ଦ୍ବିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଦୁଇନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏଥିସହ ମହାକାଶ ଓ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ଲାଗି ମଧ୍ୟ ଆଲୋଚନା କରାଯାଇଥିଲା। ଭାରତୀୟଙ୍କ ଲାଗି ଜୈର ବୋଲ୍ସୋନାରୋ ଭିସାମୁକ୍ତ ଗସ୍ତ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଗତ କରିଛନ୍ତି।
Comments are closed.