Odisha Link
Bridging the Missing Links in Odisha

ବହିରେ ତ୍ରୁଟି, ବାଚସ୍ପତି ଦେଲେ ରୁଲିଂ

ଭୁବନେଶ୍ବର: ବିଧାନସଭା ଆରମ୍ଭ ହେବାର ଦୁଇଦିନ ପରେ ଶୁକ୍ରବାର ଗୃହ କାର୍ଯ୍ୟ ସ୍ବାଭାବିକ ଭାବେ ଜାରି ରହିଥିଲା। ପ୍ରଶ୍ନକାଳ ସୁରୁଖୁରୁରେ ବି ଚାଲିଥିଲା। ଓଡ଼ିଶା ସରକାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଭୁଲ ତଥ୍ୟ ପ୍ରକାଶ କରିଛନ୍ତି। ଗାନ୍ଧିଜୀଙ୍କୁ ନାଥୁରାମ ଗୋଡ୍‌ସେ ହତ୍ୟା କରିଥିଲେ ହେଁ ଓଡ଼ିଶା ସରକାରଙ୍କ ଏକ ଲିଫଲେଟରେ ଗାନ୍ଧିଜୀଙ୍କ ମୃତ୍ୟୁ ଆକସ୍ମିକ ଥିଲା ବୋଲି ଉଲ୍ଲେଖ ହୋଇଛି। ପାଠ୍ୟ ପୁସ୍ତକରେ ନାଥୁରାମ ପ୍ରସଙ୍ଗରେ ବିଧାନସଭା କମ୍ପିଛି। ପାଠ୍ୟ ପୁସ୍ତକରେ ଗାନ୍ଧିଜୀଙ୍କ ମୃତୁ୍ୟ ସମ୍ପର୍କିତ ଭୁଲ ତଥ୍ୟକୁ ନେଇ ଗୃହ ସରଗରମ ହୋଇଛି। ତେବେ ଏହାକୁ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ଦେଇଛନ୍ତି। ବିଭାଗୀୟ ମନ୍ତ୍ରୀ ଆସନ୍ତାକାଲି ଗୃହରେ ଉତ୍ତର ରଖିବାକୁ ବାଚସ୍ପତି ଶ୍ରୀ ପାତ୍ର ରୁଲିଂ ଦେଇଛନ୍ତି। ଏଥିସହ ଆପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।
ସୂଚାନ ଅନୁସାରେ, ପାଠ୍ୟ ପୁସ୍ତକରେ ଗାନ୍ଧିଜୀଙ୍କ ମୃତୁ୍ୟ ସମ୍ପର୍କିତ ଭୁଲ ତଥ୍ୟକୁ ନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଥିଲେ ଯେ, ବିଜେଡି- ବିଜେପି ମଧ୍ୟରେ ଏବେ ସଲାସୁତୁରା ଚାଲିଛି। ତେବେ ବହିରେ ଯଦି ସରକାର ଜାଣି ଏ ସମ୍ପର୍କରେ ଛାପିଛନ୍ତି ତେବେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଯଦି ଅଜାଣତରେ ଛପା ଯାଇଛି, ତେବେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ।

Comments are closed.