Odisha Link
Bridging the Missing Links in Odisha

ଡିସେମ୍ବର ପହିଲାରୁ ଟ୍ରାଫିକ୍‌ ନିୟମ କଡ଼ାକଡ଼ି

ଭୁବନେଶ୍ବର: ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ହ୍ରାସ କରିବା ପାଇଁ ଏବଂ ଟ୍ରାଫିକ୍‌ ନିୟମ ଉଲ୍ଲଘଂନକାରୀଙ୍କ ପାଇଁ ଡିସେମ୍ବର ପହିଲାରୁ ପୁଣି କଡ଼ାକଡ଼ି କରାଯିବ। ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମଲାଭ ବେହେରା ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ଜୋରଦାର ଧରପଗଡ଼ ଧରପକଡ ହୋଇଥିଲା। ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ପୂରା କଡ଼ାକଡ଼ି ଭାବେ ଏହାକୁ ପାଳନ କରାଯାଇଥିଲା। ଏଥିରେ ଅତିଷ୍ଠ ହୋଇ ଭୁବନେଶ୍ୱରରେ ତାତିଥିଲେ ଲୋକେ। ଏହାକୁ ନେଇ ରାଜ୍ୟ ସରକାର ଟ୍ରାଫିକ୍‌ ନିୟମକୁ ୩ ମାସ ପର୍ଯ୍ୟନ୍ତ କୋହଳ କରିଥିଲେ। ଟ୍ରାଫିକ୍‌ ନିୟକୁ ୩ ମାସ ପୁରିଥିବା ବେଳେ ଏହା ଡିସେମ୍ବର ପହିଲାରୁ ପୁଣି କଡ଼ାକଡ଼ି କରାଯିବ। ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମଲାଭ ବେହେରା ସୂଚନା ଦେଇଛନ୍ତି। ପୂର୍ବରୁ ଯେଉଁ ପରିମାଣର ଫାଇନ୍‌ ଆଦାୟ ହେଉଥିଲା କୋହଳ ହେବନି ମନ୍ତ୍ରୀ। ପୂର୍ବରୁ ଯେଉଁ ପରିମାଣର ଫାଇନ୍‌ ଆଦାୟ ହେଉଥିଲା କୋହଳ ହେବନି ବୋଲି କହିଲେ ମନ୍ତ୍ରୀ।

Comments are closed.