Odisha Link
Bridging the Missing Links in Odisha

ବିଜେପି ଜିଲ୍ଲା ସଭାପତିଙ୍କୁ ଆକ୍ରମଣ

ଭୁବନେଶ୍ୱର: ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏକାମ୍ର ହାଟ ନିକଟରେ ୧୦ରୁ ଅଧିକ ଦୁର୍ବୃତ୍ତ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଗୁରୁତର ଆହତ ଶ୍ରୀ ଖୁଣ୍ଟିଆଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତି କରାଯାଇଛି। ଶ୍ରୀ ଖୁଣ୍ଟିଆ ନିଜର ଜଣେ ବନ୍ଧୁଙ୍କ ଅଫିସରେ ବସିଥିଲେ। ଏତିକି ବେଳେ ହଠାତ ଦୁର୍ବୃତ୍ତମାନେ ଅଫିସ ଭିତରକୁ ପଶି ଆସି ତାଙ୍କୁ ଆକ୍ରମଣ କରିଥିଲେ। ଶ୍ରୀ ଖୁଣ୍ଟିଆଙ୍କୁ ଆକ୍ରମଣ ସହ ଦୁର୍ବୃତ୍ତମାନେ ତାଙ୍କ ବନ୍ଧୁଙ୍କ ଅଫିସରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ତେବେ କିଏ କେଉଁ ଉଦେ୍ଧଶ୍ୟରେ ତାଙ୍କୁ ଆକ୍ରମଣ କରିଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ।

Comments are closed.