ସ୍ପେଶାଲ ସ୍କ୍ବାଡ୍ ଏଏସଆଇ ନିଲମ୍ବିତ

ଭୁବନେଶ୍ଵର: ଦୁର୍ନୀତି ଅଭିଯୋଗର ପ୍ରମାଣ ମିଳିବା ପରେ ପୁଲିସ ବିଭାଗ ଜଣେ ଅଧିକାରୀଙ୍କୁ ନିଲମ୍ବିତ କରିଛି। ସେ ହେଉଛନ୍ତି ସ୍ପେଶାଲ ସ୍କ୍ବାଡ୍ ଏଏସଆଇ ଅର୍ଜୁନ କହଁର। ଅର୍ଜୁନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା। ଏହା ପରେ ପୁଲିସ ବିଭାଗ ପକ୍ଷରୁ ମାମଲାର ତଦନ୍ତ କରାଯାଇଥିଲା। ତଦନ୍ତ ସମୟରେ ଅର୍ଜୁନଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟ ବୋଲି ଜଣାପଡ଼ିଥିଲା। ଏହି ମାମଲାରେ ଅର୍ଜୁନଙ୍କ ବିରୋଧରେ ଠୋସ୍ ପ୍ରମାଣ ମିଳିବା ପରେ ପୁଲିସ ବିଭାଗ ତାଙ୍କୁ ନିଲମ୍ବିତ କରିଛି। ଏ ସମ୍ପର୍କରେ କଟକ ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।