Odisha Link
Bridging the Missing Links in Odisha

୨୦ ସୁଦ୍ଧା ସହର; ୨୫ ସୁଦ୍ଧା ଗାଁକୁ ପିଇବା ପାଣି

ଭୁବନେଶ୍ବର: ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନର ଆଜି ଷଷ୍ଠ ଦିନ। ପ୍ରଶ୍ନକାଳ ଆରମ୍ଭରୁ ଗୃହ ସ୍ବାଭାବିକ ରହିଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଉପରେ ଆଲୋଚନା ହେଉଛି। ବିଭାଗୀୟ ମନ୍ତ୍ରୀ ଗୃହ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ।
ପାନୀୟ ଜଳ ପ୍ରସଙ୍ଗରେ ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ ତାରା ବାହିନୀପତିଙ୍କ ପ୍ରଶ୍ନରେ ପାନୀୟ ଳଜ ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ରଖିଛନ୍ତି। ୧୯,୫୦୪ ଗାଁକୁ ପାଇପ୍‌ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଇଛି। ୪୭,୩୦୭ ଗାଁରୁ ୧୯, ୫୦୪ ଗାଁକୁ ପାଇପ୍‌ ଯୋଗେ ଜଳ ଦିଆଯାଉଛି। ୨୦୨୦ ସୁଦ୍ଧା ସହରରେ ପାଇପ୍‌ ଯୋଗେ ପିଇବା ପାଣି ଉପଲବ୍ଧ ହେବ। ସହରାଞ୍ଚଳର ପ୍ରତି ଘରକୁ ପିଇବା ପାଣି ବ୍ୟବସ୍ଥା ହେବ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ୨୦୨୪-୨୫ ସୁଦ୍ଧା ସବୁ ଗାଁକୁ ପିଇବା ପାଣି ଯୋଗାଇ ଦିଆଯିବ। ୧୭, ୩୭୨ କୋଟି ବ୍ୟୟବରାଦ ହୋଇଛି। କେନ୍ଦ୍ର ଦେଇଛି ୫୪୯ କୋଟି ଟଙ୍କା।

Comments are closed.