ବାଇକ୍ ଟ୍ରକ୍ ଧକ୍କା: ଚାଲିଗଲା ଜଣଙ୍କ ଜୀବନ

ପାରାଦୀପ: ପାରାଦୀପ ଟର୍ମିନାଲ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି। ବାଇକ୍ ସହିତ ଟ୍ରକ୍ ଧକ୍କା ହୋଇଛି। ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୄତ୍ୟୁ ହୋଇଛି।
ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ନେଇ ଡ୍ରାଇଭର ଫେରାର ହୋଇଯାଇଛି। ପାରାଦୀପ ଆଦର୍ଶ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।