Odisha Link
Bridging the Missing Links in Odisha

ଅଭୟଙ୍କୁ ଡିଜିପି ଦାୟିତ୍ବ

ଭୁବନେଶ୍ୱର: ବଦଳିଲେ ରାଜ୍ୟ ପୋଲିସ ଡିଜି ବିଜୟ କୁମାର ଶର୍ମା। ୧୯୮୬ ବ୍ୟାଚର ଆଇପିଏସ୍ ଅଭୟ ନୂଆ ଡିଜିପି ଦାୟିତ୍ୱ ନେବେ। ସେ ପର୍ଯ୍ୟନ୍ତ ସତ୍ୟଜିତ ମହାନ୍ତି ଇନଚାର୍ଜ ଡିଜିପି ଦାୟିତ୍ୱ ତୁଲାଇବେ ବୋଲି ସୂଚନା ରହିଛି। ସେହିଭଳି ଅଗ୍ନିଶମ ସେବା ଓ ହୋମଗାର୍ଡର ନୂଆ ନିର୍ଦ୍ଦେଶକ ଭାବେ ସୁନୀଲ ରୟଙ୍କୁ ନିଯୁକ୍ତି ଦିଆଯାଇଛି।

୧୯୮୬ ବ୍ୟାଚର ଆଇପିଏସ ଅଫିସର ଅଭୟ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ଅଭୟ ହାଇଦ୍ରାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି। ଏହା ପୂର୍ବରୁ ସେ ଏନସିବିର ନିର୍ଦ୍ଦେଶକ ଥିଲେ।

Comments are closed.