ବିଏମ୍ସିର ୧୧ ଆହାର କେନ୍ଦ୍ରକୁ ଆଇଓଏସ୍ ମାନ୍ୟତା

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଧିନରେ ଥିବା ୧୧ ଗୋଟି ଆହାର କେନ୍ଦ୍ରକୁ ଇଣ୍ଡରନ୍ୟାଶନାଲ ଅର୍ଗାନାଇଜେଶନ ଅଫ୍ ଷ୍ଟାଣ୍ଡାର୍ଡାଇଜେଶନ ମାନ୍ୟତା ମିଳିଛି। ଏହା ଅର୍ନ୍ତଗତ ଥବା ଆହାରକେନ୍ଦ୍ର ଗୁଡ଼ିକ ହେଲା; କ୍ୟାପିଟାଲ ହସ୍ପିଟାଲ ପରିସର, କଳ୍ପନା ଛକ ମ୍ୟୁଜିୟମ୍ ସମ୍ମୁଖ, ମାଷ୍ଟକ୍ୟାଣ୍ଟିନ୍ ବସ୍ ଡିପୋ, ମଞ୍ଚେଶ୍ୱର ଥାନା ସମ୍ମୁଖ, ପ୍ରେସ୍ ଛକ ନିକଟ, ନୟାପଲ୍ଲୀ ଦୁର୍ଗାମଣ୍ଡପ ନିକଟ, ବରମୁଣ୍ଡା ବସ୍ଷ୍ଟାଣ୍ଡ, ସମ୍ ହସ୍ପିଟାଲ ନିକଟ ଓ ଏମ୍ସ ହସ୍ପିଟାଲ ନିକଟ ଦୁଇଟି ଆହାରକେନ୍ଦ୍ର।
ସମସ୍ତଙ୍କ ପାଇଁ ଖାଦ୍ୟକୁ ନିଶ୍ଚିତ କରାଇବାର ଲକ୍ଷ୍ୟ ରଖି ଓଡ଼ିଶା ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଆହାର ଯୋଜନା ଭୁବନେଶ୍ୱର ପାଇଁ ଏହି ଆଣିଦେଇଛି ଗୌରବ। ଏହି ପ୍ରମାଣପତ୍ରର ସମୟସୀମା ୧୯ ନଭେମ୍ବର ୨୦୧୯ରୁ ୧୮ ନଭେମ୍ବର ୨୦୨୨ ଯାଏ ରହିଛି। ଭୁବଶ୍ୱେରର ଏହି ଆହାରକେନ୍ଦ୍ରଗୁଡିକ ମାଧ୍ୟମରେ ପ୍ରତ୍ୟହ ୯ହଜାର ଲୋକ ଉପକୃତ ହେଉଛନ୍ତି।