Odisha Link
Bridging the Missing Links in Odisha

ରୋଷେଇ ଘରେ ଚିକିତ୍ସା, ଜାଣନ୍ତୁ କିପରି

ଭୁବନେଶ୍ବର :  ସାଧାରଣତଃ ଦେହ ଖରାପ ହେଲେ ସମସ୍ତେ ଡ଼ାକ୍ତରଖାନା ଯାଇଥାନ୍ତି । ସେ ଛୋଟ ହେଉକି ବଡ଼ । କିନ୍ତୁ କେହି ଜାଣି ନାହାନ୍ତି ରୋଷେଇ ଘରେ ମଧ୍ୟ ଓୌଷଧୀୟ ଗୁଣ ଥାଏ ।
ରୋଷେଇ କରୁଥିବା ସମୟରେ ବେଳେବେଳେ ହାତ କଟିଯାଇଥାଏ କିମ୍ବା ଚେଙ୍କ ଲାଗିଥାଏ । ଡ଼ାକ୍ତରଖାନା ଯିବାରୁ ପ୍ରଥମେ ନିଜ ରଷୋଇ ଘରେ ଥିବା ଓୌଷଧୀୟ ଗୁଣ ଜାଣିବା ନିହାତି ଦରକାର ।

ହାତ କଟିଗଲେ କଣ କରିବେ

ହାତ କଟିଗଲେ ପ୍ରଥମେ ହାତକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ତା’ପରେ ଏକ ସଫା କପଡ଼ାରେ କଟିଥିବା ସ୍ଥାନକୁ ଚାପି ଧରନ୍ତୁ। ଏଭଳି କଲେ ରକ୍ତ ବାହାରିବା ବନ୍ଦ ହୋଇଯାଇଥାଏ । ଏହାପରେ ଆଣ୍ଟି ବ୍ୟାକ୍ଟେରିଆଲ କ୍ରିମ୍‌ କିମ୍ବା କିଛି ଆଣ୍ଟି ସେପ୍ଟିକ୍‌ କ୍ରିମ୍‌ ଲଗାଇ ଦିଅନ୍ତୁ। ତାପରେ ବ୍ୟାଣ୍ଡେଡ୍ ଲଗାଇ ଦିଅନ୍ତୁ ।

ତେଲ ଛିଟା ପଡ଼ିଗଲେ

ଶରୀରର କୌଣସି ସ୍ଥାନରେ ତେଲ ଛିଟା ପଡ଼ିଗଲେ ପ୍ରଥମେ ହାତକୁ ଟ୍ୟାପ୍‌ ଖୋଲି ପାଣିରେ ହାତ ଦେଖାନ୍ତୁ। ଏହିପରି କଲେ ଫୋଟକା ହେବ ନାହିଁ। ପୋଡ଼ା ଟିକେ କମିଗଲେ ହାତକୁ ସଫା କପଡ଼ାରେ ପୋଛି ଦିଅନ୍ତୁ। ଜଳିଯାଇଥିବା ସ୍ଥାନରେମହୁ ,ନଡ଼ିଆ ତେଲ କିମ୍ବା ଦେଶୀ ଘିଅ ଲଗାଇ ଦିଅନ୍ତୁ ।

ଚେଙ୍କ ଲାଗିଲେ

ସାଧାରଣତଃ ଚେଙ୍କ ଲାଗିଲେ ଜଳାପୋଡ଼ା ହୋଇଥାଏ ତା ସହ ଦାଗ ପଡି ଯାଇଥାଏ । ସେଥିପାଇଁ ଚେଙ୍କ ଲାଗିବା ପରେ ପାଣି ରେ ହାତକୁ ଦେଖାନ୍ତୁ । ଦାଗ ନ ରହିବା ସହ ତ୍ବଚାର ଭିତର ଭାଗ ଟିସୁର ବି କିଛି କ୍ଷତି ହେବ ନାହିଁ । ପୋଡ଼ା ଜଳା ହେଲେ ସମସ୍ତେ ପୋଡ଼ା ସ୍ଥାନରେ ବରଫ ଲଗାଇଥାନ୍ତି । କିନ୍ତୁ ବରଫ ବ୍ୟବହାର ନକରି ଆଲୋଭେରା, ଦେଶୀ ଘିଅ, ନଡ଼ିଆ ତେଲ କିମ୍ବା ବାଦାମ ତେଲ ଲଗାଇ ଦିଅନ୍ତୁ।

ଆଖିରେ କିଛି ପଡ଼ିଗଲେ

ରୋଷେଇ କରୁଥିବା ସମୟରେ ଆଖିରେ ମସଲା ଗୁଣ୍ଡ କିମ୍ବା ଲଙ୍କା ହାତ ବାଜି ଯାଇଥାଏ ,ଯାହା ଫଳରେ ଆଖିରେ ପୋଡ଼ା ଜଳା ହୋଇଥାଏ । ଆଖିରେ କିଛି ପଡ଼ି ଗଲେ, ପ୍ରଥମେ ଥଣ୍ଡା ପାଣିକୁ ଆଖିରେ ମାରନ୍ତୁ । ଭଲ ନହେଲେ ଗୋଟିଏ ପାତ୍ରରେ ଥଣ୍ଡା ନେଇ ମୁହଁକୁ ବୁଡାଇ ଦିଅନ୍ତୁ ।ପରି କଲେ ଆଖିରେ ଲାଖି ରହିଥିବା ମଇଳା ବାହାରିଯିବ। ଏହାପରେ ଆଖିରେ ଦୁଇ ବୁନ୍ଦା ଗୋଲାପ ଜଳ ପକାଇ ଦିଅନ୍ତୁ। ଆଖିର ଉପରଭାଗର ତ୍ୱଚା ଜଳୁଥିଲେ ସେଠି ଘିଅ ଲଗାଇ ଦିଅନ୍ତୁ। ବେଶି କିଛି ହେଲେ ଡ଼ାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।