Odisha Link
Bridging the Missing Links in Odisha

୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟାକଲା ଅଭିଯୁକ୍ତ

ମଧ୍ୟପ୍ରଦେଶ: ସମାଜରେ ଶିଶୁଙ୍କ ସୁରକ୍ଷା ଉପରେ ସରକାର କଠୋର ଆଇନ ପ୍ରଣୟନ କରିଥିଲେ ମଧ୍ୟ ଅରାଧୀମାନେ ଏହି ଆଇନକୁ ଫୁ କରିବା ସହ କୁକର୍ମ କରିବାକୁ ପଛାଉନାହାଁନ୍ତି। ମଧ୍ୟପ୍ରଦେଶର ମହୱଠାରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା। ୪ ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିବା ଘଟଣା ଏବେ ସାମ୍ନାକୁ ଆସିଛି। ରାତି ସମୟରେ ଖୋଲା ଆକାଶ ତଳେ ବାପାମା’ଙ୍କ ସହ ଶିଶୁକନ୍ୟାଟି ଶୋଇଥିବା ବେଳେ ରାତ୍ର ପ୍ରାୟ ୨.୧୫ ମିନିଟ୍‌ରେ ଅଭିଯୁକ୍ତ ଜଣଙ୍କ ରାସ୍ତାରେ ବୁଲୁଥିଲା ଏବଂ ବାପାମା’ଙ୍କ ପାଖରେ ଶୋଇଥିବା ୪ ବର୍ଷର ଶିଶୁ କନ୍ୟାକୁ ଅପହରଣ କରି ନିକଟସ୍ଥ ଏକ ପରିତ୍ୟକ୍ତ କୋଠାରେ ଦୁଷ୍କର୍ମ କରିଥିଲା। ଏହାପରେ ଶିଶୁଟି କାନ୍ଦିବାରୁ ସେ ତା’ର ତଣ୍ଟି ଚିପି ହତ୍ୟା କରିଥିଲା। ଏହାର ୧୦ ମିନିଟ୍‌ ପରେ ଅଭିଯୁକ୍ତ ଜଣଙ୍କ ଦୌଡ଼ିବା ଆରମ୍ଭ କରିଥିଲା। ସିସିଟିଭିକୁ ବିସ୍ତୃତ ଭାବେ ତର୍ଜମା କରିବା ପରେ ଅଭିଯୁକ୍ତ ଜଣଙ୍କ ଧଣା ପଡିଛି ଏବଂ ପୁଲିସ୍‌ ସଂପୃକ୍ତ ଅପରାଧୀକୁ ଗିରଫ କରିଛି।

ସୂଚନା ଅନୁଯାୟୀ, ପୋଲିସ୍‌ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ୫୦ଟି ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଅପରାଧୀଙ୍କ କୁକର୍ମ ସମ୍ପର୍କରେ ତଥ୍ୟ ହାସଲ କରିପାରି ଥିଲା। ଅପରାଧୀ ଜଣକ ବିବାହିତ ହୋଇଥିବା ବେଳେ ତାଙ୍କ ପତ୍ନୀ ଗର୍ଭବତୀ ଅଛନ୍ତି। ଅନ୍ୟପକ୍ଷରେ ଏହି ବ୍ୟକ୍ତି ଜଣଙ୍କ ଗତବର୍ଷ ଏକ ରେଳ ଷ୍ଟେସନ ନିକଟରେ ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କୁ ମଧ୍ୟ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। ହେଲେ ପୋଲିସ୍‌ରେ କୌଣସି ଅଭିଯୋଗ ନ ହେବାରୁ ସେ ଖସି ଯାଇଥିଲା।

Comments are closed.