ସ୍ବାଭିମାନ ଅଞ୍ଚଳବାସୀଙ୍କୁ ମୋବାଇଲ୍ ମନା!

ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଅଣ୍ଡ୍ରାପାଲି ପଞ୍ଚାୟତ ଅରାପଦର ଗ୍ରାମବାସୀଙ୍କୁ ମାଓବାଦୀ ଧମକ ଦେଇଛନ୍ତି। ମୋବାଇଲ ବ୍ୟବହାର ନକରିବାକୁ ତାଗିଦ୍ କରି ପୋଷ୍ଟର ମାରିଥିବା ଜଣାପଡ଼ିଛି।
ଲୋକମାନେ କାହାରିକୁ ଫୋନ ନକରିବାକୁ ଏଥିରେ ଚେତାବନୀ ଦେଇଛନ୍ତି ମାଓବାଦୀ। ଏହି ଗାଁରେ ରହୁଥିବା ଲୋକ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଏହି ଗାଁରେ ରହୁଥିବା ଲୋକଙ୍କୁ ଫୋନ ନକରିବାକୁ ଚେତାବନୀ ଦିଆଯାଇଛି।ଅନୁମତି ନେଇ ଫୋନ୍ରେ କଥା ହେବାକୁ ଲୋକଙ୍କୁ ଚେତାବନୀ ଦେଇଛନ୍ତି ମାଓବାଦୀ। ଯିଏ ଏହାର ଖିଲାପ କରିବ ତାକୁ କଡା ଦଣ୍ଡ ଭୋଗିବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ପୁଲିସକୁ ସୂଚନା ଦେଉଥିବା ଆଶଙ୍କାରେ ମାଓବାଦୀଙ୍କ ପକ୍ଷରୁ ଏଭଳି ଚେତାବନୀ ଦିଆଯାଇଛି।