Odisha Link
Bridging the Missing Links in Odisha

ପୁଅର ଟାଙ୍ଗିଆ ଚୋଟରେ ଚାଲିଗଲା ବାପାଙ୍କ ଜୀବନ

ମୋରଡା: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗଜାମ୍ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ପୁଅର ଟାଙ୍ଗିଆ ଚୋଟରେ ବାପାଙ୍କର ମୃତ୍ୟୁ ହୋଇଛି
ସୂଚନାଅନୁସାରେ, ଆଜି ସକାଳୁ ପୁଅ ରମେଶ ସୋରେନ ଏବଂ ବାପା ରାବଣ ସୋରେନଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପୁଅ ରମେଶ ଏକ ଟାଙ୍ଗିଆ ସାହାଯ୍ୟରେ ବାପାକୁ ଅତି ନୃଶଂସ ଭାବରେ ହତ୍ୟା କରିଥିଲେ।
ଖବରପାଇ ରାସଗୋବିନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀ ପୁଅକୁ ଅଟକ ରଖିବା ସହ ଏଥିରେ ବ୍ୟବହୃତ ହୋଇଥିବା ଟାଙ୍ଗିଆ ଏବଂ ଲୁହା ପାଇପକୁ ଜବତ କରିଛି। ଶବ ବ୍ୟବଚ୍ଛେଦ ପାଇଁ ପଠାଇବାର ବ୍ୟବସ୍ଥା କରିବା ସହ ଅଧିକ ତଦନ୍ତ ଜାରି ରଖିଛି।