ନଦୀରେ ବୁଡିଯାଇ ଛାତ୍ର ମୃତ

ଯାଜପୁର: ଯାଜପୁର ଜିଲ୍ଲା ବୈତରଣୀ ନଦୀର ଉତ୍ତର ବାହିନୀ ଘାଟରେ ଭାସିଯାଇ ପ୍ରାଣ ହରାଇଛନ୍ତି ଛାତ୍ର। ମୃତକ ଧାମନଗର ବ୍ଲକ ଦେଉଳି ଆନନ୍ଦପୁର ଗାଁର ଲକ୍ଷ୍ମୀଧର ନାୟକଙ୍କ ସାନ ପୁଅ ଅଶ୍ବନୀ ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ ଧାମନଗର ବ୍ଲକ ଅନ୍ତର୍ଗତ ଦେଉଳି ଆନନ୍ଦପୁର ଗ୍ରାମର ଲଷ୍ମୀଧର ନାୟକଙ୍କ ସାନପୁଅ ଅଶ୍ୱନି ବୈତରଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ଗଭୀର ସ୍ରୋତରେ ଭାସିଯାଇଥିଲେ ଅଶ୍ବିନୀ । ତେବେ ଖବର ପାଇ ସ୍ଥାନୀୟ ଗ୍ରାମବାସୀ ବହୁ ଖୋଜା ଖୋଜି କରିବା ପରେ ତାଙ୍କୁ ଗୁରୁତ୍ବର ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ଗ୍ରାମବାସୀ ତାଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ରାମବାଗ କଲେଜରେ +2 କଳାର ପ୍ରଥମ ବର୍ଷ ଛାତ୍ର ଥିଲେ ଅଶ୍ୱନି।