Odisha Link
Bridging the Missing Links in Odisha

ଆତଙ୍କବାଦୀଙ୍କୁ କ୍ଷମା ନାହିଁ : ଟ୍ରମ୍ପ୍

ଅହମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅହମଦାବାଦର ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ସମୟରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଥିଲେ। ସେ କହିଛନ୍ତି, ଇସଲାମିକ ଆତଙ୍କବାଦ ସମଗ୍ର ବିଶ୍ବ ଲାଗି ବିପଦ। ଆମେରକା ଓ ଭାରତ ମିଶି ଇସଲାମିକ୍ ଆତଙ୍କବାଦକୁ ରୋକିବାର ପ୍ରଚେଷ୍ଟା କରିବେ। ଆମେ ଆଇଏସଆଇଏସର ପ୍ରତିଷ୍ଠାତା ତଥା କୁଖ୍ୟାତ ଆତଙ୍କବାଦୀ ବାଗଦାଦୀକୁ ମାରିଛୁ। ଆତଙ୍କବାଦର ନିପାତ ପାଇଁ ଭାରତ ଓ ଆମେରିକା ମିଳିତ ଭାବେ ଲଢିବେ’

ନିଜ ଭ‌ାଷଣରେ ଟ୍ରମ୍ଫ ପାକିସ୍ତାନମାଟିରେ ଚାଲି ଥିବା ଆତଙ୍କବ‌ାଦୀ କାର୍ଯ୍ୟକଳାପ ନେଇ, ପାକିସ୍ତାନ ଏହାକୁ ବନ୍ଦ କରୁ ବୋଲି ମନ୍ତବ୍ୟ ରଖିଥିଲେ। ସେ କହିଛନ୍ତି ଯେ ପାକିସ୍ତାନ ବି ତାଙ୍କର ବନ୍ଧୁ ରାଷ୍ଟ୍ର। କିନ୍ତୁ ପାକିସ୍ତାନ ନିଜ ମାଟିରୁ ଆତଙ୍କବାଦର ମୂଳୋତ୍ପାଟନ କରିବା ଉଚିତ। ଆତଙ୍କବାଦ ବିରୋଧରେ କଡ଼ା ପଦକ୍ଷେପ ନେଉ ପାକିସ୍ତାନ। ପାକିସ୍ତାନକୁ ଆତଙ୍କବାଦ ଉପରେ ଲଗାମ ଲଗାଇବାକୁ ପଡ଼ିବ ବୋଲି ଡୋନାଲ୍ଡ ଟ୍ରମ୍ପ ଆହ୍ବାନ ଦେଇଛନ୍ତି।

ସୂଚନାଯୋଗ୍ୟ, ସାବରମତୀ ଆଶ୍ରମ ପରିଦର୍ଶନ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଅହମଦାବାଦସ୍ଥିତ ମୋଟେରା ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ। ଷ୍ଟାଡିୟମ୍‌ରେ ଅୟୋଜିତ ‘ନମସ୍ତେ ଟ୍ରମ୍ଫ’ କାର୍ଯ୍ୟକ୍ରମରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ମଞ୍ଚକୁ ଯିବା କ୍ଷଣି ସମବେତ ଜନତା ଟ୍ରମ୍ପ୍‌ ଓ ମୋଦୀଙ୍କୁ ଭବ୍ୟ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଉଦ୍‌ବୋଧନ ଆରମ୍ଭ କରି ଟ୍ରମ୍ପ୍‌ଙ୍କୁ ଖୁବ୍‌ ପ୍ରଶଂସା କରିଥିଲେ।

Comments are closed.