Odisha Link
Bridging the Missing Links in Odisha

ମୋଦିଙ୍କୁ ଭୂରିଭୂରି ପ୍ରଶଂସା କଲେ ଟ୍ରମ୍ପ୍‌

ଅହମଦାବାଦ୍‌: ଅହମଦାବାଦ୍‌ର ମୋଟେରା ଷ୍ଟାଡିୟମ୍‌ରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇଛନ୍ତି। ମୋଦି ନିଜର ସ୍ବାଗତ ଭାଷଣରେ ଟ୍ରମ୍ପ୍‌ ଏବଂ ତାଙ୍କ ପରିବାରକୁ ସ୍ବାଗତ କରିବା ପରେ ଡୋନାଲ୍ଡ ଟ୍ରମ୍ପ୍‌ ନିଜର ବ୍ୟକ୍ତବ୍ୟ ରଖ‌ିଛନ୍ତି। ନମସ୍ତେ କହି ଟ୍ରମ୍ପ୍‌ ନିଜର ଭାଷଣ ଆରମ୍ଭ କରିଛନ୍ତି। ଟ୍ରମ୍ପ୍‌ ମୋଦୀଙ୍କର ପ୍ରଂଶସା କର କହିଛନ୍ତି ଯେ, ଭାରତର ଉନ୍ନତ ପାଇଁ ମୋଦି ଅହରହ କାମ କରି ଚାଲିଛନ୍ତି। ମୋଦୀ ମାଇଁ ଟ୍ରୁ ଫ୍ରେଣ୍ଡ୍‌ ବୋଲି କହିଛନ୍ତି ଟ୍ରମ୍ପ୍‌। ଭାରତ ଭଳି ଅତି ସୁନ୍ଦର ଦେଶର ଲୋକଙ୍କୁ ମୋର ଧନ୍ୟବାଦ। ସେ ନିଜ ବାପାଙ୍କ ଚା ଦୋକାନରେ କାମ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଜି ପ୍ରତିଟି ବ୍ୟକ୍ତି ଭଲ ପାଉଛନ୍ତି। ଜଣେ ଚା ବିକାଳିରୁ ଆଜି ଏତେ ବଡ ହୋଇ ପାରିଛନ୍ତି ମୋଦି।

ଆହୁରି ନିଜ ଅଭିଭାଷଣରେ ଟ୍ରମ୍ପ କହିଛନ୍ତି ଯେ, ନରେନ୍ଦ୍ର ମୋଦି ହେଉଛନ୍ତି ଜଣେ ଚାମ୍ପିୟନ, ଯିଏକି ଭାରତକୁ ବିକାଶ ଦିଗରେ ଆଗେଇ ନେଉଛନ୍ତି। ତାଙ୍କର ନୀତି ଆଦର୍ଶ ବି ମହାନ। ସେଥିପାଇଁ ତାଙ୍କୁ ଭାରତର ଲୋକେ ଭଲ ପାଉଛନ୍ତି ଆଉ ଶାସନ ଗାଦିରେ ବସାଇଛନ୍ତି। ଆମେରିକା ହେଉଛି ଭାରତର ବନ୍ଧୁ। ଆମେରିକା ଭାରତର ସମ୍ମାନ କରେ। ୫ ମାସ ତଳେ ଆମେରିକା ପ୍ରଧାନମନ୍ତ୍ରୀ ମୋଦିଙ୍କର ସ୍ୱାଗତ କରିଥିଲା ଆଉ ଆଜି ଭାରତ ଆମର ଭବ୍ୟ ସ୍ୱାଗତ କରୁଛି। ଯାହା ଆମ ପାଇଁ ବଡ ଖୁସିର କଥା। ଆଜି ଆମେ ବିଶ୍ୱର ସବୁଠାରୁ ବଡ କ୍ରିକେଟ୍ ଷ୍ଟାଡିୟମରେ ଅଛୁ ଏବଂ ଏଠାରେ ୧୧୦ ହଜାର ଲୋକଙ୍କ ଉପସ୍ଥିତି ମୋତେ ଅଭିଭୂତ କରିଛି।

Comments are closed.