ପେଟ୍ରୋଲ ପମ୍ପ୍ରେ ଜଳିଗଲା ମୋପେଡ୍

ଜୟପୁର: ପେଟ୍ରୋଲ ପମ୍ପରେ ଜଳିଗଲା ମୋପେଡ୍। ତେବେ ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଅଘଟଣ ଟଳିଯାଇଛି।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ୯ଟା ୩୦ ସମୟରେ ଜଣେ ବ୍ୟକ୍ତି ନିଜ ମୋପେଡ୍ ରେ ପେଟ୍ରୋଲ ଭରିବାକୁ ସ୍ଥାନୀୟ କାଳିଆ ପେଟ୍ରୋଲ ପମ୍ପକୁ ଯାଇଥିଲେ। ସେଠାରେ ପେଟ୍ରୋଲ ଭରିବା ପୂର୍ବରୁ ହିଁ ଏଭଳି ଅଘଟଣ ଘଟିଥିଲା। ଗାଡିର ପେଟ୍ରୋଲ ପାଇପ୍ ପୁରୁଣା ଥିଲା। ଯାହା ଫଳରେ ଏଥିରୁ ପେଟ୍ରୋଲ ଲିକ୍ ହେଉଥିଲା।
ଏହି ସମୟରେ ଇଞ୍ଜିନ ଗରମ ଥିବାରୁ ଏହା ଉପରେ ପେଟ୍ରୋଲ ପଡିବାରୁ ହଠାତ୍ ଗାଡିଟିରେ ନିଆଁ ଲାଗିଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ତେବେ ପେଟ୍ରୋଲ ପମ୍ପରେ ଉପସ୍ଥିତ ଥିବା କର୍ମଚାରୀ ଅଗ୍ନି ନିର୍ବାପକ ସହ ବାଲି ଓ ପାଣି ଦ୍ବାରା ନିଆଁକୁ ଆୟତ୍ତ କରିଥିଲେ।