Odisha Link
Bridging the Missing Links in Odisha

ଟ୍ରମ୍ପ୍‌ଙ୍କ ଆଗମନ ଐତିହାସିକ : ମୋଦି

ନୂଆଦିଲ୍ଲୀ: ଦିଲ୍ଲୀ ହାଇଦ୍ରାବାଦ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ବକ୍ତବ୍ୟ ଦେଇ କହିଛନ୍ତି ଯେ, ଭାରତ- ଆମେରିକା ଗ୍ଲୋବାଲ୍‌ ଷ୍ଟ୍ରାଟେଜିକ ପାର୍ଟନର। ଏହ ବୈଠକରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷାକୁ ନେଇ ଆଲୋଚନା ହୋଇଛି। ଗତ ୩ ବର୍ଷ ଭିତରେ ଆମ ଦ୍ବିପାକ୍ଷିକ ବ୍ୟାପାର ଦ୍ବିଗୁଣିତ ହୋଇଛି। ଭାରତ ଆମେରିକାର ଆର୍ଥିକ ସଂପର୍କ ମଜବୁତ ହୋଇଛି। ଟ୍ରମ୍ପଙ୍କ ନୀତି ଓ ସଂପର୍କ ପାଇଁ ବାଣିଜ୍ୟିକ ସଂପର୍କ ଦୃଢ ହୋଇଛି।

ଦୁଇ ଦେଶ ମଧ୍ୟରେ ବଡ ବାଣିଜ୍ୟିକ ଡିଲ୍‌ ନେଇ କଥାବାର୍ତ୍ତା ଆରମ୍ଭ ହୋଇଛି। ଉଭୟ ଦେଶ ମଧ୍ୟରେ ସ୍ବଚ୍ଛ ଏବଂ ମୁକ୍ତ ବାଣିଜ୍ୟ ନେଇ ଆଲୋଚନା ହୋଇଛି। ଉଭୟ ଦେଶର ବାଣିଜ୍ୟ ମନ୍ତ୍ରୀଙ୍କ ଭିତରେ ଅଧିକ ଆଲୋଚନା ହେବ। ଏଥିସହ ସଂଘଠିତ ଅପରାଧ ରୋକିବା ନେଇ ଆଲୋଚନା ହୋଇଛି। ଆତଙ୍କବାଦ ବିରୋଧରେ ମିଳିତ ଲଢିବାକୁ ଆଲୋଚନା ହୋଇଛି। ନିଶା କାରବାରକୁ ନେଇ ଆଲୋଚନା ହୋଇଛି। ଏସମ୍ପର୍କରେ ଏକ ଷ୍ଟ୍ରାଟେଜିକତ ପ୍ଲାନ ନେଇ ଆଲୋଚନା ହୋଇଛି। ଆମ ସଂପର୍କକୁ ମଜବୁତ କରିବାକୁ ଟ୍ରମ୍ପ୍‌ ଙ୍କ ଭାରତ ଆଗମନ ଐତିହାସିକ ବୋଲି ମୋଦି କହିଛନ୍ତି।

Comments are closed.