ଢେଙ୍କାନାଳ ଟାଉନରେ ୪ ଦିନଆ ସଟ୍ଡାଉନ

ଢେଙ୍କାନାଳ: ଢେଙ୍କାନାଳ ମ୍ୟୁନିସିପାଲଟି ଅଞ୍ଚଳରେ ୪ ଦିନିଆ ସଟ୍ଡାଉନ। ଆସନ୍ତା ୨୭ ଓ ୨୮ ତାରିଖରେ ସମଗ୍ର ଢେଙ୍କାନାଳ ମ୍ୟୁନିସିପାଲଟି ଅଞ୍ଚଳ ସଟ୍ଡାଉନ ରହିବ। ମ୍ୟୁନିସିପାଲଟି ଅଞ୍ଚଳର ୨୩ ଗୋଟି ଓ୍ବାର୍ଡ ସମେତ ସହର ସଟ୍ଡାଉନ ରହିବ। ସଂକ୍ରମଣ ରୋକିବା ଓ କଣ୍ଟାକ୍ଟ ଟ୍ରେସିଂ ପାଇଁ ୪ ଦିନିଆ ସଟ୍ଡାଉନ ଘୋଷଣା କରାଯାଇଛି। ଏଥିସହ ଆସନ୍ତା ୨୯ ଓ ୩୦ ତାରିଖରେ ସପ୍ତାହାନ୍ତ ସଟ୍ଡାଉନ ଥିବାରୁ ଢେଙ୍କାନାଳ ଟାଉନ ୪ ଦିନ ବନ୍ଦ ରହିବ। ୪ ଦିନ ସହର ବନ୍ଦ ରହୁଥିବାରୁ ଆଜି ସନ୍ଧ୍ୟା ୬ଟା ଯାଏ ବଜାର ଖୋଲା ରହିବ। ସଟ୍ଡାଉନ୍ ସମୟରେ ଜରୁରୀ ସେବା ଜାରି ରହିବ ବୋଲି ଜିଲ୍ଲାପ୍ରଶାସନ ସୂଚନା ଦେଇଛି।
ଅନ୍ୟପକ୍ଷେ ଢେଙ୍କାନାଳ ଜିଲ୍ଲାରୁ ଆଜି ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଢେଙ୍କାନାଳ ମ୍ୟୁନିସିପାଲିଟି ଅଞ୍ଚଳରୁ ୧୬ ଜଣ ଆକ୍ରାନ୍ତ ଅଛନ୍ତି। ଢେଙ୍କାନାଳ ଜିଲ୍ଲାରୁ ଏ ପର୍ଯ୍ୟନ୍ତ ୧୨୯୬ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୨୭ ଜଣ ସ୍ଥସ୍ଥ ହୋଇଛନ୍ତି। ୩୬୭ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ଏବଂ ୨ ଜଣଙ୍କ ମୃତ୍ୟୁ ଘଟିଛି।