Odisha Link
Bridging the Missing Links in Odisha

ସରକାର ଅଧିକ ଖର୍ଚ୍ଚ କରନ୍ତୁ, କମ୍‌ ଋଣ ଦିଅନ୍ତୁ: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଏବର ସାଂସଦ ରାହୁଲ ଗାନ୍ଧୀ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଶରେ ଲାଗି ରହିଥିବା ଅର୍ଥ ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ। ଦେଶର ଆର୍ଥିକ ସଙ୍କଟକୁ ନେଇ ପୂର୍ବରୁ ଯେଉଁ ଚେତାବନୀ ଦେଉଥିଲି ତାହା ଏବେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସ୍ପଷ୍ଟ କରୁଛି ବୋଲି ରାହୁଲ କହିଛନ୍ତି। ଆଜି ଏକ ମିଡିଆ ରିପୋର୍ଟ ସେୟାର କରି ରାହୁଲ ଏଭଳି ମନ୍ତବ୍ୟ ରଖିଛନ୍ତି।

ରାହୁଲ ଟୁଇଟରେ ଲେଖିଛନ୍ତି ଯେ, ମୁଁ ପୂର୍ବରୁ ଯେଉଁ ଚେତାବନୀ ଦେଇ ଆସୁଥିଲି ତାହା ଏବେ ଆରବିଆଇ ସ୍ପଷ୍ଟ କରିଛି। ଆହୁରି ରାହୁଲ କହିଛନ୍ତି ଯେ, ସରକାରଙ୍କୁ ଏହି ସବୁ ଉପରେ ଧ୍ୟାନ ଦେବାର ଅଛି। ସରକାର ଅଧିକ ଖର୍ଚ୍ଚ କରନ୍ତୁ, କମ୍‌ ଋଣ ଦିଅନ୍ତୁ। ଗରିବଙ୍କୁ ଟଙ୍କା ଦିଅନ୍ତୁ, ଶିଳ୍ପପତି ମାନଙ୍କର ଟିକସ୍‌ ହ୍ରାସ ନୁହେଁ। ଇକୋନିମ୍‌ର ପୁନଃ ଆରମ୍ଭ କରନ୍ତୁ। ବୋଲି ରାହୁଲ କହିଛନ୍ତି।

ଏଥିସହିତ ରାହୁଲ ଆହୁରି କହିଛନ୍ତି ଯେ, ମିଡିଆ ମାଧ୍ୟମରେ ଧ୍ୟାନ ହଟାଇବା ଦ୍ବାରା ଗରିବଙ୍କୁ ସାହାଯ୍ୟ ମିଳିବନି କି ଆର୍ଥିକ ବିପର୍ଯ୍ୟୟ ଦୂର ହେବ ନାହିଁ ବୋଲି ରାହୁଲ କହିଛନ୍ତି।

ସୂଚନାଥାଉକି, ଆରବିଆଇ ପକ୍ଷରୁ ୨୫ ଅଗଷ୍ଟରେ କୁହାଯାଇଥିଲା କି ଦେଶରେ ବିଗିଡ଼ିଥିବା ଅର୍ଥବ୍ୟବସ୍ଥାରେ ସୁଧାର ଆସିବା ପାଇଁ ବହୁ ସମୟ ଲାଗିବ। କୋଭିଡ ୧୯ର ପୂର୍ବସ୍ଥିିତିକୁ ଫେରିବାକୁ ହେଲେ ସରକାରଙ୍କ ନୀତି ଉପରେ ନିର୍ଭର କରିବାକୁ ପଡ଼ିବ। କେନ୍ଦ୍ରୀୟ ବ୍ୟାଙ୍କ ଏହାର ସଦ୍ୟତମ ରିପୋର୍ଟରେ କହିଛି ଯେ ପରିବହନ, ସେବା, ହୋଟେଲ, ମନୋରଞ୍ଜନ ଏବଂ ସାଂସ୍କୃତିକ କାର୍ଯ୍ୟକଳାପ ଆଦି କ୍ଷେତ୍ରରେ ଆର୍ଥିକ ସ୍ଥିତି ଅଧିକ ପ୍ରଭାବିତ ହୋଇଛି।

Comments are closed.