ରାଜଧାନୀରେ ହଇଚଇ: ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଛନ୍ତି ୮ ପୁଲିସ କର୍ମଚାରୀ

ଭୁବନେଶ୍ବର: କମିସନରେଟ୍ ପୋଲିସର ୮ କର୍ମଚାରୀଙ୍କ ବିରୋଧରେ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି। ନାବାଳିକାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗଣଦୁଷ୍କର୍ମ କରିଥିବା ଭଳି ସଙ୍ଗୀନ ଅଭିଯୋଗ କରାଯାଇଛି।
ନାବାଳିକାଙ୍କ ବାପା ଅଭିଯୋଗ କରିବା ପରେ ଭୁବନେଶ୍ବର ମହିଳା ଥାନା ପୁଲିସ ମାମଲା ରୁଜୁ କରିଛି। ଏହି ଘଟଣା ଦୁଇମାସ ତଳର। ନାବାଳିକାଙ୍କ ଘର ଇନଫୋସିଟି ଥାନା ଅଞ୍ଚଳରେ ବୋଲି ସୂଚନା ମିଳିଛି। ମହିଳା ଥାନା ଆଇଆଇସି ଘଟଣାର ତଦନ୍ତ କରୁଛନ୍ତି।
ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ନିଜେ ଏହି ମାମଲାର ତଦାରଖ କରୁଛନ୍ତି। ମହିଳା ଥାନା ପୁଲିସ ପୀଡିତା ନାବାଳିକାଙ୍କର ଡାକ୍ତରୀ ମାଇନା କରିବା ସହ ସିଆରପିସି ଧାରା -୧୬୧ ଅନୁସାରେ ପୀଡିତା ନାବାଳିକାଙ୍କ ବୟାନ ରେକର୍ଡ କରିଛି ପୋଲିସ। ସିଆରପିସି ଧାରା -୧୬୪ ଅନୁସାରେ ଆଜି ମାଜିଷ୍ଟ୍ରେଟଙ୍କ ନିକଟରେ ପୀଡିତା ନାବାଳିକାଙ୍କ ବୟାନ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି।