Odisha Link
Bridging the Missing Links in Odisha

ଦୁର୍ଘଟଣାରେ ଜଳିଗଲା ଟ୍ରଲର୍‌, ଡ୍ରାଇଭର ମୃତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ୧୬ନଂ ଜାତୀୟ ରାଜପଥ ନାଚୁଣୀ ହାଟବରଡ଼ି ଛକ ନିକଟରେଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଆଜି ସକାଳେ ଏକ ଟ୍ରକକୁ ଟ୍ରଲର୍ ପଛପଟୁ ଧକ୍କା ଦେବା ପରେ ଟ୍ରଲର୍‌ରେ ନିଆଁ ଲାଗିଯାଇଥିଲା। ସଙ୍ଗେ ସଙ୍ଗେ ଟ୍ରକ୍‌ଟି ଜଳିବାକୁ ଲାଗିଲା। ନିଆଁ କାରଣରୁ ଟ୍ରକ୍‌ ଭିତରୁ ଡ୍ରାଇଭର ବାହାରି ନପାରି ଜିଅନ୍ତା ଜଳିଯାଇ ମୃତ୍ୟୁ ଘଟିଛି।

ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି। ହେଲପରକୁ ଗୁରୁତର ଅବସ୍ଥାରେ ବାଲୁଗାଁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ଟ୍ରକ୍‌ରେ ଅଗ୍ନିକାଣ୍ଡ ଘଟିବାର କାରଣ ଅସ୍ପଷ୍ଟ ରହିଛି। ପ୍ରାଥମିକ ସୂଚନା ମୁତାବକ ସର୍ଟ ସର୍କିଟ ଯୋଗୁଁ ଏପରି ଘଟିଛି ବୋଲି ଅନୁମାନ କରାଯାଉଛି।

Comments are closed.