Odisha Link
Bridging the Missing Links in Odisha

ରାୟପୁରର ସଡ଼କ ଦୁର୍ଘଟଣା, ମୃତ୍ୟୁ ସଂ‌ଖ୍ୟା ୮କୁ ବୃଦ୍ଧି : ଡିଜିପି ଅଭୟ

ରାୟପୁର: ରାୟପୁରର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି। ପୂର୍ବରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୮ କୁ ବୃଦ୍ଧି ପାଇଛି। ଏନେଇ ଡଜିପି ଅଭୟ ଟ୍ବିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଛତିଶଗଡ଼ ଡ଼ିଜିଙ୍କ ସହ ସମ୍ପର୍କରେ ରହିଛୁ। ପଦ୍ମପୁରୁ ଏସ୍‌ଡିପିଓଙ୍କ ନେତୃତ୍ବରେ ଗୋଟିଏ ଟିମ୍‌ ରାୟପୁର ଯାଇଛି। ଦୁର୍ଘଟଣାରେ ୭ ଗରୁତରଙ୍କୁ ରାୟପୁର ମେଡିକାଲକୁ ନିଆଯାଇଛି। ବସ୍‌ରେ ଥିବା ୫୯ ଶ୍ରମିକ ସୁରକ୍ଷିତ ଅଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏହାସହ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ ମଧ୍ୟ କାମନା କରିଛନ୍ତି।

ସୂଚନା ଯୋଗ୍ୟ, ଆଜି ଭୋର ସମୟରେ ଛତିଶଗଡ଼ ରାଇପୁରର ଚେରି ଖେଡି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଆହତ ହୋଇଥିଲେ। ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଗୁଜରାଟର ସୁରତ ଯାଉଥିବା ଏହି ବସ୍ ଛତିଶଗଡ଼ ରାଜଧାନୀ ରାୟପୁର ଉପକଣ୍ଠ ଚେରି ଖେଡି ନିକଟରେ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା।ତେଲିବାନ୍ଧା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ରାୟପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Comments are closed.