Odisha Link
Bridging the Missing Links in Odisha

କରୋନା କାଳରେ ବଢ଼ିଛି ଓଡ଼ିଶା ଲିଙ୍କ୍‌ର ପ୍ରସିଦ୍ଧି: ଅଗଷ୍ଟ ମାସରେ ୧୨ ଲକ୍ଷ ଭିୟୁ

ଭୁବନେଶ୍ବର: କରୋନା କାଳରେ ଖବରକାଗଜ ତୁଳନାରେ ଓ୍ବେବ୍‌ ପୋର୍ଟାଲର ପାଠକଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ରାଜ୍ୟର ଅଗ୍ରଣୀ ଓଡ଼ିଆ ଖବର ପୋର୍ଟାଲ ଓଡ଼ିଶା ଲିଙ୍କ୍‌ ଅଭୂତପୂର୍ବ ସଫଳତା ପାଇଛି। ପୂର୍ବରୁ ମାସିକ ୪-୫ ଲକ୍ଷ ଭିୟୁ (views or clicks) ଭିତରେ ସୀମିତ ଥିବା ଏହି ପୋର୍ଟାଲର ଦର୍ଶକ ସଂଖ୍ୟା ଗତ ମାର୍ଚ୍ଚ ମାସ ଠାରୁ ବଢ଼ିବାରେ ଲାଗିଛି। ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପରିଚାଳିତ ଏହି ପୋର୍ଟାଲକୁ ଗତମାସରେ (ଅଗଷ୍ଟ ୧ରୁ ୩୧ ମଧ୍ୟରେ) ସର୍ବାଧିକ ୧୨ ଲକ୍ଷରୁ ଅଧିକ ଭିୟୁ ମିଳିଛି।

ଗୁଗୁଲ୍‌ ଆନାଲିଟିକ୍ସ ତଥ୍ୟ ଅନୁସାରେ ଅଗଷ୍ଟ ୨୦୨୦ରେ ପାଠକମାନେ ଓଡ଼ିଶା ଲିଙ୍କ ପୋର୍ଟାଲକୁ ୧୨,୧୦,୪୩୫ ଥର ଆସିଛନ୍ତି। ମୋଟ ୫,୩୨,୮୩୪ ଜଣ ଦର୍ଶକ ଅଗଷ୍ଟ ମାସରେ ଏହି ପୋର୍ଟାଲରୁ ଖବର ପଢ଼ିଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୩ ଲକ୍ଷ (୨,୯୮,୪୮୮) ଜଣ ଭାରତ ଭିତରୁ ହୋଇଥିବା ବେଳେ ଅନ୍ୟମାନେ ବିଭିନ୍ନ ଦେଶରେ ବାସ କରୁଥିବା ଓଡ଼ିଆ ପାଠକ। ଅଗଷ୍ଟ ମାସରେ ମୋଟ ୫,୩୨,୮୩୪ ପାଠକଙ୍କ ମଧ୍ୟରୁ କେବଳ ଭୁବନେଶ୍ବରରେ ପ୍ରାୟ ୫୦ହଜାର (୪୭,୧୨୫) ଜଣ ଅଛନ୍ତି।

ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଇଂରାଜୀ ଖବର ପୋର୍ଟାଲ ଫଟୋ ନ୍ୟୁଜ୍‌ ମଧ୍ୟ ଅନୁରୂପ ସଫଳତା ପାଇଛି। ଅଗଷ୍ଟ ମାସରେ ଫଟୋ ନ୍ୟୁଜ୍‌ ୨,୫୬,୭୮୫ ଭିୟୁ ପାଇଛି। ଗତ ମାସରେ ୧,୨୩,୪୦୩ ଜଣ ପାଠକ ଏହି ପୋର୍ଟାଲକୁ ଆସିଛନ୍ତି। ସେମାନଙ୍କ ଭିତରୁ ଭାରତ ଭିତରେ ହେଉଛନ୍ତି ୧,୨୧,୬୬୬ ଜଣ।

ଉଭୟ ପୋର୍ଟାଲର ଲୋକପ୍ରିୟତା ପାଇଁ ଏହାର ମୁଖ୍ୟ ସଂପାଦକ ତଥା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ଆନନ୍ଦ ପ୍ରକାଶ କରିଛନ୍ତି। ପାଠକମାନଙ୍କ ନିରନ୍ତର ବିଶ୍ବାସ ଓ ଭଲପାଇବା ଲାଗି ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। ନିରପେକ୍ଷତା ଓ ଜନସ୍ବାର୍ଥକୁ ପ୍ରାଥମିକତା ଆମ ପୋର୍ଟାଲର ସଫଳତାର ରହସ୍ୟ ବୋଲି ସେ କହିଛନ୍ତି। ରାଜନୀତି ଓ ଶାସନ ବ୍ୟବସ୍ଥାର ସଫଳତା ବଖାଣିବା ସାଙ୍ଗକୁ ବିଫଳତା ଓ ଆପରାଧିକ ମନୋଭାବକୁ ପାଠକଙ୍କ ପାଖକୁ ଆଣିବା ପାଇଁ ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ନିରନ୍ତର ଉଦ୍ୟମ କରୁଛି ବୋଲି ସେ କହିଛନ୍ତି। ଓଡ଼ିଆ ମିଡିଆରେ କାର୍ଯ୍ୟରତ କର୍ମଚାରୀଙ୍କ ନିଷ୍ଠା ଓ ପ୍ରତିବଦ୍ଧତାକୁ ଶ୍ରୀ ପଣ୍ଡା ପ୍ରଶଂସା କରିଛନ୍ତି।

କୌଣସି ସୂଚନା, ତଥ୍ୟ ବା ଖବର ଦେବାକୁ ଚାହୁଁଥିଲେ ପାଠକ, ସାମ୍ବାଦିକ, ସାମାଜିକ କର୍ମୀ ଓ ସଚେତନ ନାଗରିକମାନେ ନିମ୍ନଲିଖିତ ମେଲ୍‌ ଆଇଡି ବ୍ୟବହାର କରିପାରିବେ।

ଓଡ଼ିଆରେ ଖବର ପାଇଁ (www.odishalink.com) [email protected]
ଇଂରାଜୀରେ ଖବର ପାଇଁ (www.photonews.in) [email protected]

Comments are closed.