Odisha Link
Bridging the Missing Links in Odisha

କରୋନା : ରାଜ୍ୟରେ ୩୫୪୩ ପଜିଟିଭି ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୩୫୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୦୨୨୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୧୬୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୩୮୨ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୬୮, ବାଲେଶ୍ୱରରୁ ୧୫୩, ବରଗଡ଼ରୁ ୨୭୪, ଭଦ୍ରକରୁ ୫୦, ବଲାଙ୍ଗୀରରୁ ୩୭, ବୌଦ୍ଧରୁ ୬୭, କଟକରୁ ୨୯୫, ଦେବଗଡ଼ରୁ ୪, ଢେଙ୍କାନାଳରୁ ୭୯, ଗଜପତିରୁ ୨୯, ଗଞ୍ଜାମରୁ ୧୦୨, ଜଗତସିଂହପୁରରୁ ୮୫, ଯାଜପୁରରୁ ୨୦୬, ଝାରସୁଗୁଡ଼ାରୁ ୮୭, କଳାହାଣ୍ଡିରୁ ୩୭, କନ୍ଧମାଳରୁ ୩୮, କେନ୍ଦ୍ରାପଡ଼ାରୁ ୪୮, କେନ୍ଦୁଝରରୁ ୪୪, ଖୋର୍ଦ୍ଧାରୁ ୮୭୮, କୋରାପୁଟରୁ ୯୦, ମାଲକାନଗିରିରୁ ୨୫, ମୟୁରଭଞ୍ଜରୁ ୩୨୬, ନବରଙ୍ଗପୁରରୁ ୩୩, ନୟାଗଡରୁ ୩୪, ନୂଆପଡ଼ାରୁ ୯୮, ପୁରୀରୁ ୬୧, ରାୟଗଡ଼ାରୁ ୬୭ଜଣ, ସମ୍ବଲପୁରରୁ ୮୩, ସୋନପୁରରୁ ୯୯, ସୁନ୍ଦରଗଡ଼ରୁ ୫୬ ରହିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୦୨୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୯୨୯୯ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୦୩୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୦୪୮୦୦୮ ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

Comments are closed.