ଗୁଣୁପୁରର ପୂର୍ବତନ ବିଧାୟକଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର: ପୂର୍ବତନ ଗୁଣୁପୁର ବିଧାୟକ ତଥା ରାୟଗଡା ଜିଲ୍ଲା ରାମଣାଗୁଡା ବ୍ଲକର ଦୁଇ ଅଧ୍ୟକ୍ଷ ରାମମୂର୍ତି ମୁତିକାଙ୍କ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଜଗତର ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି।
୬୮ ବର୍ଷୀୟ ସ୍ୱର୍ଗତଃ ମୁତିକାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହେବା କାରଣରୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଜଣେ ଅଣକଂଗ୍ରେସ ନେତା ଭାବେ ଜିଲ୍ଲା ତଥା ଦକ୍ଷିଣ ଓଡିଶାରେ ତାଙ୍କର ଖ୍ୟାତି ରହିଥିଲା। ମିଷ୍ଟଭାଷୀ ଓ ନମ୍ର ସ୍ୱଭାବର ସ୍ୱର୍ଗତଃ ମୁତିକା ଜଣେ ସଚ୍ଚୋଟ ଓ ପରୋପକାରୀ ରାଜନେତା ଭାବେ ଲୋକଙ୍କ ହୃଦୟରେ ବାସ କରିଥିଲେ। ସ୍ୱର୍ଗତଃ ମୁତିକାଙ୍କ ନିଧନରେ ଦୁଃଖ ପ୍ରକାଶ କରି ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ଶୋକସନ୍ତପ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନା କରିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସଂପାଦକ ମାନସ କୁମାର ମହାନ୍ତି, ପୂର୍ବତନ ମୁଖ୍ୟମବୀ ଗିରିଧାରୀ ଗମାଙ୍ଗୋ, ରାଜ୍ୟ ଉପ ସଭାପତି ଭୃଗୁ ବକ୍ସିପାତ୍ର ଓ ବଳଭଦ୍ର ମାଝୀ ଏବଂ ଜୟରାମ ପାଙ୍ଗୀଙ୍କ ସମେତ ପାର୍ଟୀର ଅନ୍ୟାନ୍ୟ ନେତୃବୃନ୍ଦମାନେ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।