କରୋନା : ରାଜ୍ୟରେ ୪୨୦୯ ପଜିଟିଭି ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୪୨୦୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୫୫୫୦ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪୪୧ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୭୬୮ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୦୯, ବାଲେଶ୍ୱରରୁ ୧୮୩, ବରଗଡ଼ରୁ ୧୧୬, ଭଦ୍ରକରୁ ୪୩, ବଲାଙ୍ଗୀରରୁ ୭୮, ବୌଦ୍ଧରୁ ୫୫, କଟକରୁ ୪୯୨, ଦେବଗଡ଼ରୁ ୨୩, ଢେଙ୍କାନାଳରୁ ୮୦, ଗଜପତିରୁ ୪୩, ଗଞ୍ଜାମରୁ ୬୫, ଜଗତସିଂହପୁରରୁ ୧୪୬, ଯାଜପୁରରୁ ୧୭୬, ଝାରସୁଗୁଡ଼ାରୁ ୮୦, କଳାହାଣ୍ଡିରୁ ୯୦, କନ୍ଧମାଳରୁ ୧୦୨, କେନ୍ଦ୍ରାପଡ଼ାରୁ ୧୨୩, କେନ୍ଦୁଝରରୁ ୭୨, ଖୋର୍ଦ୍ଧାରୁ ୬୬୩, କୋରାପୁଟରୁ ୧୧୪, ମାଲକାନଗିରିରୁ ୬୩, ମୟୁରଭଞ୍ଜରୁ ୧୦୭, ନବରଙ୍ଗପୁରରୁ ୧୦୨, ନୟାଗଡରୁ ୪୭, ନୂଆପଡ଼ାରୁ ୫୨, ପୁରୀରୁ ୩୨୬, ରାୟଗଡ଼ାରୁ ୯୨ଜଣ, ସମ୍ବଲପୁରରୁ ୧୫୪, ସୋନପୁରରୁ ୮୩, ସୁନ୍ଦରଗଡ଼ରୁ ୧୨୧ ଏବଂ ଷ୍ଟେଟ୍ ପୋଲ୍ ୨୧୦ ରହିଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୭୫୫୫୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୭୨୩୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୩୭୫୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୭୧୫୮୨୨ଟି ସାମ୍ପୁଲ ଟେଷ୍ଟ୍ କରାଯାଇଛି।