ମୋ ଘରେ ଡ୍ରଗ୍ସ ପାର୍ଟି ହୋଇନି : କରଣ ଜୋହର

ମୁମ୍ବାଇ :ବଲିଉଡରେ ଡ୍ରଗ୍ସ ମାମଲା ଆସିବା ପରେ ଅନେକ ନାମି ଦାମି କଳାକାର ଙ୍କ ନାଁ ସାମ୍ମନାକୁ ଆସିଛି । ଆଜି ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁରଙ୍କୁ ଏନସିବି ପଚରା ଉଚରା କରିବ । ତେବେ କରଣ ଜୋହର ଙ୍କ ନାଁ ଉଠିବା ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ଯେ ମୋ ଘରେ ଡ୍ରଗ୍ସ ପାର୍ଟି ନଥିଲା। ମୋ ବିରୋଧରେ ଆସିଥିବା ଅଭିଯୋଗ ମିଛ। ସେ କହିଛନ୍ତି ଯେ ଧର୍ମା ପ୍ରଡକ୍ସନ୍ସ ସହିତ କ୍ଷିତଜ ରବି ପ୍ରସାଦ ଏବଂ ଅନୁଭା ଚୋପ୍ରାଙ୍କର କୌଣସି ସମ୍ପର୍କ ନାହିଁ।
ସେ ଆହୁରି କହିଛନ୍ତି ୨୮ ଜୁଲାଇ ୨୦୦୧୯ ରେ ମୋ ଘରେ ପାର୍ଟି କରିଥିଲି। ମୋ ଉପରେ ଲଗା ଯାଇଥିବା ସମସ୍ତ ଅଭିଯୋଗ ଗୁଡିକ ମିଥ୍ୟା । ସେ ଡ୍ରଗ୍ସ ନିଅନ୍ତି କି ସେଭଳି ଜିନିଷକୁ ପ୍ରୋତ୍ସାହିତ କରନ୍ତି ନାହିଁ।
କରଣ ଜୋହର କହିଛନ୍ତି ଯେ କ୍ଷିତଜ ରବି ପ୍ରସାଦ ଏବଂ ଅନୁଭା ଚୋପ୍ରା ମୋର ନିକଟତମ ବ୍ୟକ୍ତି ନୁହନ୍ତି। ସେମାନଙ୍କୁ ସେ ବ୍ୟକ୍ତିଗତ ଭାବେ ଜାଣି ନାହାଁନ୍ତି । ଜଣେ ବ୍ୟକ୍ତି ତାଙ୍କ ବ୍ୟକ୍ତିଗତ ଜୀବନରେ ଯାହା କରନ୍ତି ସେଥିପାଇଁ ମୁଁ କିମ୍ବା ଧର୍ମ ପ୍ରଡକ୍ସନ୍ସ ଦାୟୀ ନୁହେଁ ।
ତେବେ ଏନସିବି କ୍ଷିତିଜ ରବି ପ୍ରସାଦ ଓ ଅନୁଭା ଚୋପ୍ରୋଙ୍କୁ ଶୁକ୍ରବାର ଦିନ ପଚରା ଉଚରା କରିବା ସହିତ ରାତିରେ ଅଟକ ରଖିଥିଲା ବୋଲି ଜଣାପଡ଼ିଛି।