Odisha Link
Bridging the Missing Links in Odisha

ଜବତ ହେଲା ନକଲି କରୋନା ଔଷଧ

ବରଗଡ଼: ସାରା ବିଶ୍ବରେ ଚିନ୍ତା ବଢ଼ାଇଛି କରୋନା ମହାମାରି। ଏହି ମହାମାରିରୁ ରକ୍ଷା ପାଇବା ପାଇଁ ଲୋକ ମାନେ ଔଷଧ କିମ୍ବା ଟିକାକୁ ଚାହିଁ ବସିଛନ୍ତି। ବହୁ ଦେଶ ଟିକା ପ୍ରସ୍ତୁତିରେ ଲାଗିଛନ୍ତି। ଠିକ୍‌ ଏହି ସମୟରେ କରୋନାରୁ ମୁକ୍ତି ପାଇବା ପାଇଁ ଯିଏ ଯାହା ପ୍ରତିକାର ବ୍ୟବସ୍ଥ କହିଲେ ଲୋକ କରିବାକୁ ପଛାଉ ନାହାନ୍ତି। ଲୋକଙ୍କର ଏପରି ମାନସିକତାର ଫାଇଦା ଉଠାଉଛନ୍ତି କିଛି କଳା ବେପାରୀ। ଲୋକଙ୍କ ଭୁଆଁ ବୁଲାଇ କରୋନା ଔଷଧକ କହି ନକଲି ଔଷଧ ପ୍ରସ୍ତୁତ କରିବା ସହ ବିକ୍ରି କରୁଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲାରେ।

ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଗାଁରେ ନକଲି କରୋନା ଔଷଧ ପ୍ରସ୍ତୁତ କରାଯିବା ସହିତ ବି୍ରକି କରାଯାଉଥିବା ଅଭିଯୋଗ ହୋଇଥିଲା। ସମ୍ବଲପୁର ଡ୍ରଗ୍ସ ଇନ୍ସପେକ୍ଟର ଓ ପୁଲିସ ମିଳିତ ଭାବେ ଏହା ଉପରେ ଚଢ଼ାଉ କରିଥିଲା। ଚଢ଼ାଉରେ ବିପୁଳ ପରିମାଣର ଔଷଧ ଖୋଳ, ପାଉଡର, ରାସାୟନିକ ପଦାର୍ଥ ଜବତ କରାଯାଇଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ଡ୍ରଗ୍ସ ଇନ୍ସପେକ୍ଟର ସସ୍ମିତା ଦେହେରୀ ସୂଚନା ଦେଇଛନ୍ତି।

Comments are closed.