ବଲିଉଡ୍ ଡ୍ରଗ୍ସ ଲିଙ୍କ : କ୍ଷିତିଜ୍ ପ୍ରସାଦ ଗିରଫ

ମୁମ୍ବାଇ :ଆଜି ଏନସିବି ବଲିଉଡ ଡ୍ରଗ୍ସ ସଂଯୋଗ ସଂପର୍କରେ ବଲିଉଡ ସହ ଜଡିତ କ୍ଷିତିଜ ପ୍ରସାଦଙ୍କୁ ଗିରଫ କରିଛି।ତାଙ୍କୁ କିଛି ଦିନ ପୂର୍ବରୁ ଏନସିବି ଦ୍ୱାରା ପଚରାଉଚରା କରାଯାଇଥିଲା ଏବଂ କ୍ଷିତିଜଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି। ଏହାର ଗୋଟିଏ ଦିନ ପୂର୍ବରୁ କ୍ଷିତିଜ ପ୍ରସାଦଙ୍କୁ ଏନସିବି ଡକାଇ ଘଣ୍ଟା ଘଣ୍ଟା ଧରି ପଚରାଉଚରା କରିଥିଲା। ଅଭିଯୋଗ ହୋଇଛି ଯେ କ୍ଷିତିଜ ଜଣେ ଡ୍ରଗ୍ ଡିଲରଙ୍କଠାରୁ ଡ୍ରଗ୍ସ ନେଉଥିଲେ।
ସୂଚନା ଅନୁଯାୟୀ,ଏନ୍ସିବି ପାଖରେ ଏକ ଫଟୋ ହସ୍ତଗତ ହୋଇଥିଲା । ଯେଉଁଥିରେ ଧର୍ମା ପ୍ରଡକସନର ପୂର୍ବ କର୍ମଚାରୀ ପ୍ରଡ୍ୟୁସର କ୍ଷିତିଜ ପ୍ରସାଦ ଜଣେ ଡ୍ରଗ୍ ବେପାରୀଙ୍କ ସହ ଠିଆ ହୋଇଥିବା ଦେଖା
ଯାଇଥିଲା । ଡ୍ରଗ୍ସ ମାମଲାରେ ଲିଙ୍କ ଏହି ଚିତ୍ରକୁ କ୍ଷିତିଜ ପ୍ରସାଦଙ୍କ ବିରୋଧରେ ସବୁଠାରୁ ବଡ ପ୍ରମାଣ ଭାବରେ ନିଆଯାଇଛି ।
ତେବେ ଏହି ଡ୍ରଗ୍ ବେପାରୀଙ୍କ ନାମ ହେଉଛି ଅଙ୍କୁଷ ଅରେଞ୍ଜା । ଏନସିବି କେବଳ ପଚରାଉଚରା ଏବଂ ପ୍ରମାଣ ପାଇବା ପରେ କ୍ଷିତଜଙ୍କୁ ଗିରଫ କରିଛି । ନିକଟରେ ତାଙ୍କୁ ଏନସିବି ପକ୍ଷରୁ ପଚରାଉଚରା ପାଇଁ ଡକାଯାଇଥିଲା ।
ତେବେ କ୍ଷିତିଜଙ୍କ ଘରେ ଆୟୋଜିତ ପ୍ରତ୍ୟେକ କାର୍ଯ୍ୟ କିମ୍ବା ପାର୍ଟି ମୁମ୍ବାଇ କିମ୍ବା ଦିଲ୍ଲୀରେ ଡ୍ରଗ୍ ବେପାରୀଙ୍କୁ ରୋଜଗାର ଦେଉଥିଲା । କାରଣ ତାଙ୍କ ଘରେ ହେଉଥିବା ପାର୍ଟିରେ ବ୍ୟବହାର ହେଉଥିଲା ବିପୁର ପରିମାଣର ଡ୍ରଗ୍ସ । କ୍ଷିତଜ ପ୍ରସାଦ କରଣ ଜୋହରଙ୍କ ଅତି ନିକଟତର ବୋଲି ଜଣାପଡ଼ିଛି ।