Odisha Link
Bridging the Missing Links in Odisha

ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌, ୨ ବାଇକ୍‌ ଅରୋହୀ ମୃତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ରେଲଓ୍ଵେ ବ୍ରିଜ ବୁଲାଣିରେ ଆଜି ଅପରାହ୍ନରେ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକଟି ବାଇକଟିକୁ ମୁହାଁ ମୁହିଁ ଧକ୍କା ଦେଇଥିବାରୁ ଏହି ମର୍ମନ୍ତ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କ ଅକାଳ ମୃତ୍ୟୁ ହୋଇଛି। ମୃତକମାନଙ୍କର ପରିଚୟ ଜଣାପଡ଼ି ନାହିଁ।

ସୂଚନାଯୋଗ୍ୟ, ପ୍ରାୟ ୧ ବର୍ଷ ମଧ୍ୟରେ ଏହି ସ୍ଥାନରେ ଏକଧିକା ଦୁର୍ଘଟଣା ଘଟିଛି। ରାଞ୍ଚି-ବିଜୟଓ୍ଵାଡା ଓ ୫୫ ନମ୍ବର ଜାତୀୟ ରାଜପଥ (କଟକ-ସମ୍ବଲପୁର)କୁ ସଂଯୋଗ କରୁଥିବା ଜରପଡ଼ା ରେଲେଓ୍ଵ ବ୍ରିଜ ହଠାତ ବୁଲାଣିଆ ହୋଇଥିବାରୁ ବାରମ୍ବାର ଏଠାରେ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି।

ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୨ଟାରେ ଜରପଡ଼ାରୁ ଛେଣ୍ଡିପଦା ଆଡକୁ ଏକ ଟ୍ରକ ଯାଉଥିଲା। ବିପରୀତ ଦିଗରୁ ଏକ ବାଇକ ଆସୁଥିଲା। ଜରପଡା ରେଲୱେ ପୋଲ ନିକଟ ବୁଲାଣିରେ ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ଦୁର୍ଘଟଣାରେ ଚାଳକ ସମେତ ଦୁଇ ଜଣ ବାଇକ ଆରୋହୀ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଟ୍ରକ ଚାଳକ ଫେରାର ହୋଇଛି। ଜରପଡା ପୁଲିସ ପହଁଞ୍ଚି ମୃତଦେହ ଉଦ୍ଧାର କରି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିଛି।

Comments are closed.