Odisha Link
Bridging the Missing Links in Odisha

ସତ ବାହାର କରୁଛି ଏନସିବି

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ ମାମଲା ଆସିବା ପରେ ବଲିଉଡ କଳାକାରଙ୍କ ଭିତରେ ଚଳଚଞ୍ଚଳ ସୃଷ୍ଟି ହୋଇଛି । ଡ୍ରଗ୍ସ ମାମଲାରେ ବଡ଼ ବଡ଼ ଅଭିନେତ୍ରୀ ଏବଂ ଅଭିନେତାଙ୍କ ନାମ ଆସିବା ପରେ ଏନସିବି ଜଣଙ୍କ ପରେ ଜଣଙ୍କୁ ପଠାଉଛି ହାଜିରା ପାଇଁ ସମନ । ତେବେ ଆଜି ଦୀପିକା ପାଦୁକୋନ ଏନସିବି ହାଜର ହୋଇଥିଲେ ।

ତାଙ୍କୁ ଏନସିବି ଡେପୁଟି ଡାଇରେକ୍ଟର (ଅପରେସନ) କେପିଏସ୍ ମାଲହୋତ୍ରା ଏବଂ ତାଙ୍କ ଟିମ୍ ସହ ଏନସିବିର ଜଣେ ମହିଳା ଅଫିସର ଜେରା କରୁଛନ୍ତି। ଦୀପିକାଙ୍କୁ କଡା ପ୍ରଶ୍ନର ସମ୍ମୁଖୀନ ହେବା ସହ ଏନସିବି ତାଙ୍କ ଫୋନ୍ ମଧ୍ୟ ଜବତ କରିଦେଇଛି।ଦୀପିକା ଏବଂ କରିସ୍ମାଙ୍କୁ ମୁହାଁମୁହିଁ ପ୍ରଶ୍ନ କରାଯାଉଛି ।

ଏନସିବି ଅଧିକାରୀମାନେ ଉଭୟଙ୍କ ଆଗରେ ଅନେକ ମାରାତ୍ମକ ପ୍ରଶ୍ନ ରଖିଛନ୍ତି । କୁହାଯାଉଛି ଯେ ଦୀପିକା କିଛି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଏନ୍‌ସିବିକୁ ଦେଇନାହାଁନ୍ତି । ତେବେ ଡ୍ରଗ୍ସକୁ ନେଇ କିଛି ପ୍ରଶ୍ନର ଉପରେ ଦୀପିକା ପାଦୁକୋନ ନୀରବ ରହିଛନ୍ତି । ତେବେ ଏନ୍‌ସିବି ପାଖରେ ଥିବା ପ୍ରମାଣ ସହ ଦୀପିକାଙ୍କୁ ଜେରା ପରେ ସେ ଶେଷରେ ତାଙ୍କର ଡ୍ରଗ୍ସ ଲିଙ୍କରେ ହାତ ଥିବା ମାନିଛନ୍ତି । ଦୀପିକା ସ୍ୱୀକାର କରିଛନ୍ତି ଯେ ସେ ପ୍ରକାଶ ହୋଇଥିବା ଡ୍ରଗ୍ସ ଚାଟ୍ ହେଉଛି ତାଙ୍କର । ଏମିତିକି ତାଙ୍କ ସର୍କଲ ଭିତରେ ଚାଟ ସାହାର୍ଯ୍ୟରେ ଡୁବ୍ ଅର୍ଥାତ୍ ସିଗାରେଟ୍ ପ୍ୟାକେଟ୍ ମଗାଯାଉଥିବା ସେ କହିଛନ୍ତି ।

ତେବେ ଶ୍ରଦ୍ଧାଙ୍କୁ ଏନସିବି ଜୋନାଲ ଅଫିସରେ ତିନି ମହିଳା ଅଧିକାରୀଙ୍କ ସମେତ ୬ ଅଫିସର ଜେରା କରୁଛନ୍ତି । ଜେରାପୂର୍ବରୁ ଶ୍ରଦ୍ଧାଙ୍କୁ ତାଙ୍କ ଫୋନ ରୁମ ବାହାର କ୍ୟାବିନରେ ରଖିବାକୁ କୁହାଯାଇଥିଲା । ତେବେ ଶ୍ରଦ୍ଧା ଡ୍ରଗ୍ସ ନେଉନଥିବା ଏନସିବିକୁ କହିଥିଲେ । ତେବେ ଛିଛୋରେ ସିନେମା ରିଲିଜ ପରେ ପାବନା ଫାର୍ମ ହାଉସରେ ଏକ ପାର୍ଟି ହୋଇଥିଲା ।

ଏହି ପାର୍ଟିରେ ଯୋଗଦେବା ଲାଗି ସେ ଦ୍ୱିପ୍ରହର ୩ଟାରେ ପହଞ୍ଚôଥିଲେ । ଏହାପରେ ବିଳମ୍ବିତ ରାତ୍ରି ଯାଏ ପାର୍ଟି ଚାଲିଥିଲା । ହେଲେ ଏହି ପାର୍ଟିରେ ସେ କୌଣସି ପ୍ରକାର ଡ୍ରଗ୍ସ ବ୍ୟବହାର କରିନଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, କେବେ କେବେ ସୁଶାନ୍ତ ସୁଟିଂ ସେଟରେ ଡ୍ରଗ୍ସ ନେଉଥିବା ସେ ଦେଖିଛନ୍ତି । ମାତ୍ର ଚାର୍ଟ ବିଷୟରେ ସେ କିଛି ମୁହଁ ଖୋଲିନଥିଲେ ।

Comments are closed.