୭୫ ବର୍ଷରେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମ ଦିନ। ୭୪ ପୂରି ଆଜି ଠାରୁ ତାଙ୍କୁ ୭୫ ଚାଲିଲା। ନବୀନ ପଟ୍ଟନାୟକ ୧୯୪୬ ମସିହାରେ କଟକରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଶାର ଅପରାଜେୟ ଓ ଅକଳଙ୍କ ନେତା ଭାବେ ନବୀନ ପଟ୍ଟନାୟକ ଗତ ୨୩ ବର୍ଷ ଧରି ରାଜ୍ୟ ରାଜନୀତିକୁ ପ୍ରଭାବିତ କରି ରଖିଛନ୍ତି।
କରୋନାକୁ ଦୃଷ୍ଟିରେ ରଖି ଆଜି ଜନ୍ମଦିନ ପାଳିବେ ନାହିଁ ନବୀନ ପଟ୍ଟନାୟକ। ନିଜର ଶୁଭେଚ୍ଛୁମାନଙ୍କୁ ସସେନବୀନ ନିବାସ ନନ ଆସିବାକ ଅନୁରୋଧ କରିଛନ୍ତି। ଅନ୍ୟପଟେ ତାଙ୍କ ଜନ୍ମଦିନ ଅବସସରରେ ବିଜୁ ଜନତା ଦଳ ପକ୍ଷରୁ ଆଜି ରାଜ୍ୟରେ ଜୀବନ ବିନ୍ଦୁ ରକ୍ତସଂଗ୍ରହ କାର୍ଯ୍ୟକ୍ରମ ଆୟୋଜିତ ହେଉଛଇ।
ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଆମେ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରୁଛୁ।