Odisha Link
Bridging the Missing Links in Odisha

ଆଜି ପ୍ରକାଶ ପାଇବ ନିଟ୍‌ ପରୀକ୍ଷା ଫଳ

ନୂଆଦିଲ୍ଲୀ: ମେଡିକାଲ କଲେଜଗୁଡ଼ିକରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ଛାତ୍ରଛାତ୍ରୀ ୱେବସାଇଟ୍ ww.ntaneet.nic.in/nta.ac.inକୁ ଯାଇ ଫଳ ଦେଖିପାରିବେ ବୋଲି ଏନ୍‌ଟିଏ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ପରୀକ୍ଷା ଫଳ କେତେବେଳେ ବାହାରିବ ସେନେଇ ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ସେପ୍ଟେମ୍ବର ୧୩ରେ ସାରା ଦେଶରେ ଅନୁଷ୍ଠିତ ପରୀକ୍ଷାରେ ୧୪ ଲକ୍ଷ ୩୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ପାଇଁ ୧୫.୯୭ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। କୋଭିଡ଼ କଟକଣା ମଧ୍ୟରେ ପରୀକ୍ଷା କରାଯାଇ ଥିଲା। କିନ୍ତୁ କରୋନା ସଂକ୍ରମିତ ଏବଂ କୋଭିଡ ଜୋନରେ ରହୁଥିବା ବିଦ୍ୟାର୍ଥୀଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ କରିବା ବାରଣ ଥିବାରୁ ପରୀକ୍ଷା ଦେଇ ପାରିନଥିଲେ। ଫଳ ପ୍ରକାଶ କରିବା ପୂର୍ବରୁ ସେପ୍ଟେମ୍ବର ୧୩ରେ ପରୀକ୍ଷା ଦେଇ ପାରିନଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଇ ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ଏନ୍‌ଟିଏକୁ ପରାମର୍ଶ ଦେଇଥିଲେ। ଫଳରେ ଅକ୍ଟୋବର ୧୪ରେ ଏନ୍‌ଟିଏ ସ୍ୱତନ୍ତ୍ର ନିଟ୍ ପରୀକ୍ଷା କରାଯାଇଥିଲା ଏବଂ ୧୬ ତାରିଖରେ ଫଳ ପ୍ରକାଶ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

Comments are closed.