Odisha Link
Bridging the Missing Links in Odisha

ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ଅନୁଗାମୀଙ୍କୁ ଏମିତି କହିଲେ ଅରୁଣ

ଭୁବନେଶ୍ବର: ଆଜି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। କୋଭିଡ୍‌ କଟକଣା ପାଇଁ ଜନ୍ମଦିନ ପାଳନରୁ ବିରତ ଥିବା ନବୀନଙ୍କୁ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛାର ସୁଅ ଛୁଟିଛି। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ମହଲରୁ ଆସୁଛି ଶୁଭେଚ୍ଛା ବାର୍ତ୍ତା।

ତେବେ ନିଜର କବିତ୍ବ ଓ ପାଣ୍ଡିତ୍ୟ ପାଇଁ ପରିଚିତ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଏ ଅବସରରେ ଏକ ନିଆରା ବାର୍ତ୍ତା ଦେଇଛନ୍ତି। ନବୀନଙ୍କ ସେ ସରଳତାର ପ୍ରତୀକ ଭାବେ ବଖାଣିଛନ୍ତି। ନିଜର ସରଳତା ବଖାଣିବା ହିଁ ସବୁଠୁ ବଡ଼ପଣ ବୋଲି ଲେଖିଛନ୍ତି ଅରୁଣ। ସରଳ କଥା କହିବା, ସରଳ ବ୍ୟବହାର କରିବା, ସରଳ ଖାଦ୍ୟ ଖାଇବା, ସରଳ ଜୀବନ ଯାପନ କରିବା ଓ ସରଳ ହସ ହସିବା ଲାଗି ସାମାଜିକ ଗଣମାଧ୍ୟମରେ ନିଜର ଶୁଭେଚ୍ଛୁ ଓ ଅନୂଗାମୀମାନଙ୍କୁ ଆହ୍ବାନ ଦେଇଛନ୍ତି ଅରୁଣ।

Comments are closed.