ସୁଶାନ୍ତ ମୃତ୍ୟୁ ମାମଲାର ଚୂଡ଼ାନ୍ତ ରିପୋର୍ଟ ଦେବ ସିବିଆଇ ଟିମ୍ !

ମୁମ୍ବାଇ: ସିବିଆଇ ମହାରାଷ୍ଟ୍ରରେ କୌଣସି ମାମଲାର ଯାଞ୍ଚ କରିବାକୁ ଚାହିଁଲେ ରାଜ୍ୟ ସରକାରଙ୍କଠୁ ଅନୁମତି ନବାକୁ ପଡ଼ିବ। ଏଣିକି ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ମହାରାଷ୍ଟ୍ରରେ ତଦନ୍ତ କରିବନି। ମହାରାଷ୍ଟ୍ର ସରକାର ସିବିଆଇ ତଦନ୍ତ ପ୍ରକ୍ରିୟାର ଅବଧିକୁ ସାରିଛନ୍ତି।
କେବଳ ଜାତୀୟ ସୁରକ୍ଷା ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏହା ଲାଗୁ ହେବ ନାହିଁ। ଅଗଷ୍ଟ ୨୧ରୁ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରିବାକୁ ମୁମ୍ବାଇ ପହଞ୍ଚିଥିଲା ସିବିଆଇ ଟିମ୍। ୩ ମାସରୁ ଅଧିକ ସମୟର ତଦନ୍ତ ପରେ ଏବେ ସିବିଆଇ ଟିମ୍ ଚୂଡ଼ାନ୍ତ ରିପୋର୍ଟ ଦେବାକୁ ପ୍ରସ୍ତୁତି କରୁଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
ଜୁନ୍ ୧୪ରେ ସୁଶାନ୍ତଙ୍କ ମୃତ୍ୟୁ ପରେ ମୁମ୍ବାଇ ପୋଲିସର ତଦନ୍ତ ପ୍ରକ୍ରିୟାରେ ଅସନ୍ତୋଷ ପ୍ରକାଶ କରି ପାଟନାରେ ସୁଶାନ୍ତଙ୍କ ପରିବାର ମାମଲା ରୁଜୁ କରିଥିଲେ। ବିହାର ସରକାର ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଥିଲେ।