ଚାନ୍ଦବାଲିର ବୁରିଜାଲ ଗାଁରେ ବୋମା ମାଡ଼

ଭଦ୍ରକ: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଉତୁକୁଡା ଗ୍ରାମପଞ୍ଚାୟତର ବୁରିଜାଲ ଗାଁରେ କିଛିଦିନ ବ୍ୟବଧାନ ପରେ ପୁଣି ଫୁଟିଲା ବୋମା। ବୋମାମାଡ଼ରେ ୧୦ରୁ ଅଧିକ ଆହତ ହୋଇଥିବା ବେଳେ ୧୫ରୁ ଅଧିକ ଘର ଭାଙ୍ଗିଥିବା ସୂଚନା ମିଲିଛି।
ପ୍ରକାଶ ଯେ, ଗତକାଲି ସନ୍ଧ୍ୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ଗୋଟିଏ ପକ୍ଷ ଲୋକ ଅନ୍ୟଗୋଷ୍ଠୀ ଲୋକଙ୍କ ଘରେ ବମିଂ କରି ଘର ଦ୍ୱାର ଭାଙ୍ଗିବା ସହ ଆଲମାରୀ ଏବଂ ଦୋକାନ ଭାଙ୍ଗି ଲୁଟ କରିଥିବା ଅଭିଯୋଗ ହୋଇଛି। ତାହାସହ ଉଭୟଙ୍କ ମଧ୍ୟରେ ବଚଷା ଚାଲିଥିବା ବେଳେ ବୋମା ମାଡ ହେଇଛି। ବୋମାମାଡ଼ରେ ୧୦ଜଣ ଆହାତ ହୋଇଥିବା ବେଳେ ବହୁ ଘର ନଷ୍ଟ ହୋଇଛି।
ଏପରି ଘଟଣାର ପ୍ରତିବାଦ କରିବାରୁ ଜଣେ ମହିଳାଙ୍କୁ ମାଡ଼ମାରି ଗୁରୁତର କରିଦେଇଛନ୍ତି ଉତ୍ୟକ୍ତ ଲୋକେ। ଗୁରୁତର ମହିଳାଙ୍କୁ ପ୍ରଥମେ ଚାନ୍ଦବାଲି ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି। ଗାଁରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ପୋଲିସ ମୁତୟନ କରାଯାଇଛି। ତିନି ଚାରି ଜଣଙ୍କୁ ଚାନ୍ଦବାଲି ପୋଲିସ ଅଟକ ରଖି ପଚରା ଉଚରା ଜାରି ରଖିଥିବା ପୋଲିସ ସୂତ୍ରରୁ ଜଣା ପଡିଛି।