Odisha Link
Bridging the Missing Links in Odisha

ଚନ୍ଦାପଣ ପାଇଁ ବୈବାହିକ ଜୀବନରେ ଝଡ଼, ସ୍ୱାମୀ ଚନ୍ଦା ବୋଲି ଥାନାକୁ ଗଲେ ପତ୍ନୀ

ମୁମ୍ବାଇ: ଆପଣ ମାନେ ବଲିଉଡର ରୋମାଣ୍ଟିକ ହିରୋ ଆୟୁଷ୍ମାନ୍‌ ଖୁରାନାଙ୍କ ଚଳଚ୍ଚିତ୍ର ‘ବାଲା’ ଦେଖିଥିବେ ନିଶ୍ଚୟ। ସେଥିରେ ଆୟୁଷ୍ନାନଙ୍କ ଚନ୍ଦାପଣ ପାଇଁ ତାଙ୍କୁ କେତେ ଅପଦସ୍ତ ହେବାକୁ ପଡ଼ିଥିଲା ଆଉ ତାଙ୍କ ବୈବାହିକ ଜୀବନରେ କେମିତି ଝଡ଼ ଆସିଥିଲା ତାହା ଆପଣ ମାନେ ଦେଖିଥିବେ ନିଶ୍ଚିତ।

ହେଲେ ସେଇଟା ରିଲ୍‌ ଲାଇଫ୍‌ ଥିଲା। କିନ୍ତୁ ଏବେ ଏଭଳି ଘଟଣା ଜଣେ ବ୍ୟକ୍ତିଙ୍କ ରିଅଲ ଲାଇଫରେ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କ ଚନ୍ଦାପଣ ପାଇଁ ବୈବାହିକ ଜୀବନ ଆରମ୍ଭ ହେଉ ହେଉ ଝଡ଼ ସୃଷ୍ଠି ହୋଇଛି। ଏପରିକି ମୀରା ରୋଡ୍‌ର ଜଣେ ୨୭ ବର୍ଷୀୟା ମହିଳା ତାଙ୍କ ସ୍ୱାମୀ ଓ ଶ୍ୱଶୁର ଘର ବିରୋଧରେ ଏକ ଅଭିଯୋଗ ଦାଖଲ କରିଛନ୍ତି। ଉକ୍ତ ମହିଳାଙ୍କ ଅଭିଯୋଗ ଆଧାରରେ ନାୟା ନଗର ପୁଲିସ ଏକ ମାମଲା ରୁଜୁ କରିଛି। ଯାହାଫଳରେ ମୁମ୍ବାଇରେ ଏହି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ର ହୋଇଛି।

ନାୟା ନଗର ପୁଲିସ ଷ୍ଟେସନ୍‌ ସିନିୟର ଇନ୍‌ସପେକ୍ଟର କୈଳାଶ ବାର୍ଭ ଏକ ଖବର ସଂସ୍ଥାକୁ କହିଛନ୍ତି, ଅଭିଯୋଗକାରିଣୀ ମହିଳାଙ୍କ ୨୯ ବର୍ଷୀୟ ସ୍ୱାମୀ ତଥା ମୁଖ୍ୟ ଅଭିଯୁକ୍ତ ଏକ ପ୍ରାଇଭେଟ୍‌ କମ୍ପାନିରେ କାମ କରନ୍ତି। ପ୍ରକୃତ କଥା ହେଉଛି ସେ ଚନ୍ଦା। ସେ ସର୍ବଦା ନକଲି କେଶ ବ୍ୟବହାର କରନ୍ତି। ନିଜ ଚନ୍ଦାପଣ ବିଷୟରେ ସେ ପତ୍ନୀଙ୍କୁ ଲୁଚାଇଥିଲେ। ସେଥିପାଇଁ ଏହା ବିରୁଦ୍ଧରେ ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି। ଏହି ଦମ୍ପତି ଚଳିତ ବର୍ଷ ସେପ୍ଟେମ୍ବରରେ ବିବାହ କରିଥିଲେ। ଶାଶୂ ଘର ଲୋକେ ଅନେକ କଥାରେ ତାଙ୍କ ଉପରେ ଅତ୍ୟାଚାର କରିଛନ୍ତି ବୋଲି ମଧ୍ୟ ମହିଳା ଜଣକ ଅଭିଯୋଗ ଆଣିଛନ୍ତି।

Comments are closed.