୬୧ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ

ବାରିପଦା: ଦିନକୁ ଦିନ ଗଞ୍ଜେଇ ଚୋରା ଚାଲଣା ବଢ଼ିବାରେ ଲାଗିଛି। ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ପୁଲିସ ଆଜି ୬୧ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି। ପୁଲିସ ୩ ଜଣ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି।
ରୁପ୍ସା ଥାନା ଜାମୁନିଆ ଗାଁର ଚତୃଭୂଜ ବିଶ୍ୱାଳଙ୍କ ପୁଅ ମିହିର ବିଶ୍ୱାଳ, ବସ୍ତା ଥାନା ମାୟାଲପୁର ଗାଁର ଆନୁଆର ଅଲ୍ଲୀଙ୍କ ପୁଅ ରଫାକତ ଅଲ୍ଲୀ ଏବଂ ରସଗୋବିନ୍ଦପୁର ଥାନା ଶ୍ୟାମାନନ୍ଦ ପୁର ରବିନ୍ଦ୍ର ଦେ ଓରଫ ବାବୁଲି ଦେ।
ସୂଚନା ଅନୁଯାୟୀ, ୨ ଟି ନମ୍ବର ଥିବା ଏକ ବୋଲେରୋ ଗାଡି ଶ୍ୟାମାନନ୍ଦ ପୁର ସ୍ଥିତ ରବୀନ୍ଦ୍ର ଦେଙ୍କ ଘର ସମ୍ମୁଖରେ ବିଳମ୍ବିତ ରାତିରେ ଛିଡା ହୋଇ ଥିବା ବେଳେ ଗାଡ଼ିରେ ଷ୍ଟିକରିଙ୍ଗ ହେଉଥିବା ପୁଲିସ ପେଟ୍ରୋଲିଂ ଟିମ ହାବୁଡ଼ରେ ପଡି ଥିଲା। ପୁଲିସ ଗାଡି ନିକଟକୁ ଯିବାରୁ ଜଣେ ଘଟଣା ସ୍ଥଳରୁ ଦୌଡ଼ି ପଳାଇ ଥିବା ବେଳେ ଅନ୍ୟଜଣକୁ ପୁଲିସ ଧରି ପଚରା ଉଚରା କରିବାରେ ଘଟଣା ପଦାକୁ ଆସିଥିଲା।
ଗଞ୍ଜେଇ ଚାଲାଣ ପାଇଁ ଉକ୍ତ ବୋଲେରୋ ଗାଡି ବ୍ୟବହାର ହେଉଥିବା ବେଳେ ରବୀନ୍ଦ୍ର ଦେଙ୍କ ଘରେ ଗଞ୍ଜେଇ ମହଜୁଦ ଥିବା ଜଣାପଡିଥିଲା। ରାତିରେ ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ଘରର କବାଟ ଖୋଲାଯାଇ ଘରଭିତରେ ଥିବା ୬୧ କିଲୋଗ୍ରାମ ଗଞ୍ଜେଇ ଜବତ କରା ଯାଇଥିଲା। ଏଥି ସହିତ ବସ୍ତା ପୁଲିସ ସହାୟତାରେ ଅଭିଯୁକ୍ତ ମାନଙ୍କୁ ସେମାଙ୍କ ଘରୁ ଉଠା ଯାଇଥିଲା ।