୫୪୦ ଗ୍ରାମ୍ ସୁନା ଜବତ, ୫ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁରରୁ ୫୪୦ ଗ୍ରାମ୍ ସୁନା ଜବତ। ସୁନା ଚୋରି ମାମଲାରେ ୨ ଲୁଟେରାଙ୍କୁ ଗିରଫ କରିଛି ପୋଲିସ। ୫୪୦ ଗ୍ରାମ୍ ସୁନା ସହ ୧୦୦ ଗ୍ରାମ୍ ରୁପା, ଦାମୀ କାର୍, ବାଇକ୍ ସ୍କୁଟି ମଧ୍ୟ ଜବତ କରାଯାଇଛି। ଏମାନେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଚୋରି କରୁଥିଲେ ଏହି ଦୃବୃତ୍ତ।
ଚୋରି ସୁନା କିଣିବା ଅଭିଯୋଗରେ ପୋଲିସ ଆଉ ୩ ଜଣଙ୍କୁ ଗିରଫ ହୋଇଛନ୍ତି। ୟୁଟ୍ୟୁବ୍ରୁ ଚୋରିର କୌଶଳ ସବୁ ଦେଖି ଲୁଟୁ ଥିଲେ ବୋଲି ବ୍ରହ୍ମପୁର ଏସ୍ପି ସୂଚନା ଦେଇଛନ୍ତି।