ସିଏମସି କରୋନା ଗାଇଡ୍ଲାଇନ୍: ବିବାହରେ ୧୦୦, ଶୁଦ୍ଧିକ୍ରିୟାରେ ୫୦

କଟକ: କଟକ ମହାନଗର ନିଗମ ପକ୍ଷରୁ ଆଜି ବିବାହ ଉତ୍ସବ ଆୟୋଜନକୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। କରୋନା ମହାମାରୀ ସମୟରେ କିପରି ବିବାହ ଉତ୍ସବ ପାଳନ କରାଯିବ ଏହାକୁ ନେଇ ସିଏମସି ନୂଆ ଗାଇଡ୍ଲାଇନ୍ ଜାରି କରିଛି। ସଂକ୍ରମଣକୁ ଧ୍ୟାନରେ ରଖି ବିବାହ ଉତ୍ସବରେ ୧୦୦ ଜଣ ଓ ଶୁଦ୍ଧି କ୍ରିୟାରେ ସର୍ବାଧିକ ୫୦ ଜଣଙ୍କ ଯୋଗଦାନ ପାଇଁ ଅନୁମତି ଦିଆଯାଇଛି।
ବିବାହ ଉତ୍ସବ ପାଇଁ ସ୍ଥାନୀୟ ପୁଲିସ ଓ ସିଏମସିରୁ ଅନୁମତି ଆଣିବାକୁ ପଡିବ। ବରଯାତ୍ରୀ ଶୋଭାଯାତ୍ରାକୁ ବାରଣ କରାଯାଇଛି। ବିବାହ ଉତ୍ସବ ଆୟୋଜନ ସ୍ଥାନକୁ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କ ଆସିବା ଉପରେ କଟକଣା ଲଗାଯିବା ସହିତ ୧୦ ବର୍ଷରୁ କମ ବୟସର ପିଲା, ବୟସ୍କ ବ୍ୟକ୍ତିଙ୍କ ସହିତ ଗର୍ଭବତୀ ମହିଳାଙ୍କୁ ଉତ୍ସବ ସ୍ଥାନରୁ ଦୂରେଇ ରଖିବାକୁ କୁହାଯାଇଛି।