ସଡ଼କ ଦୁର୍ଘଟଣାରେ ବୃଦ୍ଧ ମୃତ

ନିଆଳି : ସଡ଼କ ଦୁର୍ଘଟଣାରେ ଜଣେ ବୃଦ୍ଧ ମୃତ୍ୟୁ ବରଣ କରିଛନ୍ତି। ମୃତକ ଜଣକ ହେଲେ ଶରତ ଚନ୍ଦ୍ର ଦଳାଇ। ଏହି ଦୁର୍ଘଟଣାଟି ଫୁଲନଖରା-ନିଆଳି ରାସ୍ତାର କାଳିଆଘାଇ ପୋଲ ନିକଟରେ ଘଟିଛି।
ସକାଳ ପ୍ରାୟ ସାଢ଼େ ୬ଟା ବେଳେ ସେ ସାଇକେଲ୍ ଯୋଗେ କାଳିଆଘାଇ ସାପ୍ତାହିକ ହାଟକୁ ଯାଉଥିବା ବେଳେ ଏକ ପରିବା ବୋଝେଇ ଟ୍ରକ୍ ତାଙ୍କୁ ପଛପଟୁ ପିଟି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।ଶରତଙ୍କୁ ଧକ୍କା ଦେବା ପରେ ଟ୍ରକ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।
ଫଳରେ ଟ୍ରକ୍ର ଡ୍ରାଇଭର ଓ ହେଲ୍ପର ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।