ଚାଷୀ ଆନ୍ଦୋଳନ: କମିଟି ଗଠନ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ପ୍ରତ୍ୟାହାର ପାଇଁ ଚାଲିଥିବା ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ଆଜି ସୁପ୍ରମିକୋର୍ଟ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଏହାର ସମାଧାନ ପାଇଁ ଏକ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପକ୍ଷଙ୍କୁ ନେଇ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ ସଲିସିଟର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଦେଶବ୍ୟାପୀ ଚାଷୀ ସଂଗଠନର ପ୍ରତିନିଧିଙ୍କୁ ଉକ୍ତ କମିଟିରେ ସାମିଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀ ପ୍ରତିନିଧି, କେନ୍ଦ୍ର ସରକାର ଓ ଅନ୍ୟ ପକ୍ଷ ବସି ଏହାର ସମାଧାନ କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଅନ୍ୟପକ୍ଷରେ ପକ୍ଷ ରଖିବାକୁ ଚାଷୀ ସଂଗଠନକୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି । ଏଥିସହ ଆସନ୍ତାକାଲି ମାମଲାର ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।