Odisha Link
Bridging the Missing Links in Odisha

ମୋଦିଙ୍କୁ ଚିଠି ଲେଖିଲେ ନବୀନ: ଫନି ପ୍ରଭାବିତଙ୍କୁ ସ୍ୱତନ୍ତ୍ର ପିଏମଏଓ୍ବାଇଜିରେ ଘର ଯୋଗାଇବାକୁ ଦାବି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କୁ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଂପର୍କରେ ଚିଠି ଲେଖିଛନ୍ତି। ଫନି ପ୍ରଭାବିତଙ୍କୁ ମିଳୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ୧୪ ଫନି ପ୍ରଭାବିତ ଜିଲ୍ଲାରେ ୭ ଲକ୍ଷ ୮୭ ହଜାର କ୍ଷତିଗ୍ରସ୍ତ ଘର ଚିହ୍ନଟ ହୋଇଛି। କ୍ଷତିଗ୍ରସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ନବୀନ ଚିଠି ଲେଖିଛନ୍ତି ।

ଏହା ଦ୍ୱାରା ବାତ୍ୟା କ୍ଷତିଗ୍ରସ୍ତଙ୍କୁ ନିରାପଦ ଘର ମିିଳିପାରିବ। ଫନି କ୍ଷତିଗ୍ରସ୍ତ ହୋଇନଥିବା ୧୬ ଜିଲ୍ଲାରୁ ୬ ଲକ୍ଷ ୭ ହଜାର ଘର ଚିହ୍ନଟ ହୋଇଛି। ୧୬ ଜିଲ୍ଲାରୁ ୬ ଲକ୍ଷ ୭ ହଜାର ହିତାଧିକାରୀ ଯୋଜନାରୁ ବଂଚିତ ହୋଇଛନ୍ତି।

ଯୋଗ୍ୟ ହିତାଧିକାରୀଙ୍କୁ ଜିଓ ଟ୍ୟାଗ ଦ୍ୱାରା ଚିହ୍ନଟ କରାଯାଉ। ଜିଓ ଟ୍ୟାଗ ପାଇଁ ମୋବାଇଲ ଆପ, ଆବାସ ୱିଣ୍ଡୋ ଖୋଲିବାକୁ ଦାବି କରିଛନ୍ତି ନବୀନ। ଏହାଦ୍ୱାରା ଫନି ପ୍ରଭାବିତ ଅଂଚଳରେ ଲୋକେ ଆବେଦନ କରିପାରିବେ।

Comments are closed.