ସେଣ୍ଟ୍ରାଲ୍ ଭିଷ୍ଟା ପ୍ରକଳ୍ପକୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ: ନୂଆ ସଂସଦ ନିର୍ମାଣ ପାଇଁ ରାସ୍ତା ପରିଷ୍କାର। ସେଣ୍ଟ୍ରାଲ୍ ଭିଷ୍ଟା ପ୍ରକଳ୍ପକୁ ଗ୍ରୀନ ସିଗନାଲ ଦେଇଛନ୍ତି ସୁପ୍ରିମକୋର୍ଟ। ମୋଦୀ ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ନେଇ ହୋଇଥିବା ଆବେଦନର ଶୁଣାଣି କରି କିଛି ସର୍ତ ସହ ନୂଆ ସଂସଦ ଭବନ ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ।
ସୁପ୍ରିମକୋର୍ଟ ପରିବେଶ ସୁରକ୍ଷା ତଥା ବାୟୁମଣ୍ଡଳ ପ୍ରଦୂଷଣକୁ ରୋକିବା ପାଇଁ କିଛି ସର୍ତ ରଖି ପ୍ରକଳ୍ପକୁ ଅନୁମୋଦ ଦେଇଛନ୍ତି। ନିର୍ମାଣ ପୂର୍ବରୁ ହେରିଟେଜ କମିଟିର ଅନୁମତି ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ। କମିଟିର ଅନୁମୋଦ ପାଇବା ପାଇଁ ସୁପ୍ରିମକୋର୍ଟ ପ୍ରକଳ୍ପ ପ୍ରସ୍ତାବକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।