ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ମାଁ ସମଲେଶ୍ବରୀ ମନ୍ଦିର

ସମ୍ବଲପୁର: କରୋନା ସଂକ୍ରମଣ କାରଣରୁ ରାଜ୍ୟରେ ଅନେକ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା। ତେବେ ଆଜିଠୁ ମାଁ ସମଲେଶ୍ବରୀ ମନ୍ଦିରରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି।
ସକାଳ ୬ଟାରୁ ମନ୍ଦିର ଖୋଲିବା ପରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁଙ୍କ ପାଇଁ ପ୍ରବେଶ ଓ ପ୍ରସ୍ଥାନ ଅଲଗା ଅଲଗା ଗେଟ୍ କରାଯାଇଛି। ୨ଟି ପର୍ଯ୍ୟାୟରେ ମାଁ ସମଲେଶ୍ବରୀ ମନ୍ଦିରରେ ଦର୍ଶନ କରିବେ ଶ୍ରଦ୍ଧାଳୁ।
ସକାଳ ୬ରୁ ୧୧.୩୦ଟାରେ ପ୍ରଥମ ପର୍ଯ୍ୟାୟ, ୩ଟାରୁ ୭.୩୦ ଦ୍ବିତୀୟ ପର୍ଯ୍ୟାୟ। ମାସ୍କ, ସାନିଟାଇଜର ସହ କୋଭିଡ ଗାଇଡଲାଇନ୍ ମାନି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।