ଦିଅର ଓ ପୁତୁରା ଦ୍ବାରା ଦୁଷ୍କର୍ମର ଶିକାର ହେଲେ ମହିଳା

ରାଇରଙ୍ଗପୁର: ପୁଣି ଦୁଷ୍କର୍ମର ଶିକାର ହେଲେ ମହିଳା। ସମ୍ପର୍କକୀୟ ଦିଅର ଓ ପୁତୁରା ଦ୍ବାରା ମହିଳା ଦୁଷ୍କର୍ମର ଶିକାର ହେବା ଆଉ ଏକ ଲଜ୍ୟା ଜନକ ଘଟଣା। ଏମିତି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଞ୍ଚଳରେ। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି।
ପ୍ରକାଶ ଯେ, ଗୋରୁମହିଷାଣୀ ଥାନା କଳସୀଭଙ୍ଗା ଅଞ୍ଚଳରେ ଜଣେ ୪୦ ବର୍ଷୀୟ ମହିଳା ସନ୍ଧ୍ୟା ସମୟରେ ତାଙ୍କ ଘରପାଖ ଧାନ ଖଳାରେ କାମ କରୁଥିବା ସମୟରେ ଏକୁଟିଆ ପାଇ ସେହି ଗ୍ରାମର ତାଙ୍କ ସମ୍ପର୍କୀୟ ଦିଅର ଓ ପୁତୁରା ମିଶି ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏସମ୍ପର୍କରେ ପୀଡିତା ଜଣକ ଆଜି ଗୋରୁମହିଷାଣୀ ଥାନାରେ ଅଭିଯୋଗ କରିବା ପରେ କେସ୍ ନଂ-୧୦/୨୧ ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗ ପରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟଜଣେ ଫେରାର୍ ଥିବା ସୂଚନା ମିଳିଛି। ଥାନା ଅଧିକାରୀ ପି.କେ ସ୍ବାଇଁ ଘଟଣାର ଅଧିକ ତଦନ୍ତ କରୁଛନ୍ତି।